Latest Odisha News

BREAKING NEWS

ଚାନ୍ଦିପୁରରୁ ପରୀକ୍ଷଣ ହେବ ସ୍ବଳ୍ପ ଦୂରଗାମୀ ମିସାଇଲ

ବାଲେଶ୍ବର: ଚାନ୍ଦିପୁର ଆଇଟିଆର ଏଲସି-୩ କ୍ଷେପଣାସ୍ତ୍ର ଘାଟିରୁ ସ୍ବଳ୍ପ ଦୂରଗାମୀ ମିସାଇଲ ପରୀକ୍ଷଣ କରାଯିବ । ଏଥିପାଇଁ କ୍ଷେପଣାସ୍ତ୍ର ଘାଟି ଆଖପାଖ ଅଞ୍ଚଳ ଖାଲି କରାଯାଉଛି । ସକାଳ ୬ଟାରୁ ପରୀକ୍ଷା ଶେଷ ପର୍ଯ୍ୟନ୍ତ ଖାଲି ରହିବ ଅଞ୍ଚଳ । ପରୀକ୍ଷା ପାଇଁ ପାଖାପାଖି ୩ନଂ ଲଞ୍ଚପ୍ୟାଡର ଅଢେଇ କିଲୋମିଟର ଦୂରତା ମଧ୍ୟରେ ୩୧୦୦ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି।

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡରୁ ସ୍ବଳ୍ପ ଦୂରଗାମୀ ମିସାଇଲ ଆଜି ପୂର୍ବାହ୍ନରେ ହେବାକୁ ଥିବା ବେଳେ ମିସାଇଲରେ ସ୍ବଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯିବା । ଏଥିସହିତ ସହ ଏହାର ଟ୍ରାଜେଟୋରୀ ଓ ମାରକ କ୍ଷମତାକୁ ଯାଞ୍ଚ କରାଯିବ।

 

Comments are closed.