Latest Odisha News

ବଣାଇରୁ ଅପହୃତ ବ୍ଲକ ଉପାଧ୍ୟକ୍ଷ କନ୍ଧମାଳରୁ ଉଦ୍ଧାର, ଠିକାଦାର ଗିରଫ

ଫୁଲବାଣୀ: ବଣାଇ ବ୍ଲକ ଉପାଧ୍ୟକ୍ଷ ବିନତି ବେହେରା ଉଦ୍ଧାର ହୋଇଛନ୍ତି । ଅପହରଣର ପ୍ରାୟ ୨୫ ଦିନ ପରେ ପୋଲିସ ବିନତି ବେହେରାଙ୍କୁ କନ୍ଧମାଳ ଜିଲ୍ଲାରୁ ଉଦ୍ଧାର କରିଥିବା ବେଳେ ମାମଲାରେ ଜଣେ ଠିକାଦାରଙ୍କୁ ଗିରଫ କରିଛି ।

ଜାନୁଆରୀ ୪ ତାରିଖରୁ ବଣାଇ ବ୍ଲକ ଉପାଧ୍ୟକ୍ଷ ବିନତି ବେହେରା ନିଖୋଜ ଥିଲେ । ପୁଅକୁ ସ୍କୁଲରେ ଛାଡ଼ି ଘରକୁ ଫେରି ନଥିଲେ ବିନତି । ଏନେଇ ସ୍ୱାମୀ ପ୍ରସନ୍ନ ବେହେରା ଅପହରଣ ସନ୍ଦେହ କରି ଟିକାୟତପାଲି ଥାନାରେ ଏତଲା ଦେଇଥିଲେ ।

ସେବେଠୁ ପୋଲିସ ବଣାଇ ବ୍ଲକ ଉପାଧ୍ୟକ୍ଷ ବିନତି ବେହେରାଙ୍କୁ ଖୋଜାଖୋଜି କରୁଥିଲା । ଅପହରଣର ପ୍ରାୟ ୨୫ ଦିନ ପରେ କନ୍ଧମାଳ ଜିଲ୍ଲାରୁ ବିନତିଙ୍କୁ ପୋଲିସ ଉଦ୍ଧାର କରିଛି । ମାମଲାରେ ଜଣେ ଠିକାଦାର ଗିରଫ ହୋଇଛନ୍ତି । ତେବେ, ଅପହରଣ ଓ ଗିରଫଦାରୀ ନେଇ ପୋଲିସ ସବିଶେଷ ସୂଚନା ଦେଇ ନଥିବା ବେଳେ ଠିକା କାମକୁ ନେଇ ଅପହରଣ କରାଯାଇଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.