Latest Odisha News

BREAKING NEWS

ମହଙ୍ଗା ପଡିଲା ମିଛ ମାମଲା, ୫ ଲକ୍ଷ ଗଣିବେ ଥାନା ଅଧିକାରୀ

ଭୁବନେଶ୍ୱର: ମହଙ୍ଗା ପଡିଲା ମିଛ ମାମଲା । ଜୀବିତ ନାବାଳକଙ୍କୁ ହତ୍ୟା କରାଯାଇଥିବା ଦର୍ଶାଇ ୨ ଜଣଙ୍କୁ ଜେଲ୍ ପଠାଇଥିବା ମାମଲାରେ ପୋଲିସକୁ ମହଙ୍ଗା ପଡିଛି । ଏହି ମାମଲାରେ ଏବେ ଥାନା ଅଧିକାରୀଙ୍କୁ ୫ ଲକ୍ଷ ଟଙ୍କା ଦେବାକୁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ୨୦୧୬ ମସିହାରେ ପାଇକମାଳ ଥାନା ଅଞ୍ଚଳରେ ଜଣେ ନାବାଳକ ନିଖୋଜ ଥିଲେ । ତାଙ୍କୁ ହତ୍ୟା କରାଯାଇଥିବା ଦର୍ଶାଇ ୨ ଜଣଙ୍କୁ ଗିରଫ କରି ଜେଲ୍ ପଠାଇଥିଲା ପୋଲିସ ‌। ହେଲେ ୨୦୧୮ରେ ସଂପୃକ୍ତ ନାବାଳକ ଜୀବିତ ଅବସ୍ଥାରେ ଘରକୁ ଫେରି ଆସିଥିଲେ ।

ଏଭଳି ଘଟଣାକୁ ନେଇ OHRCଙ୍କ ଦ୍ୱାରସ୍ଥ ହୋଇଥିଲେ ସଂପୃକ୍ତ ୨ ଜଣ ବ୍ୟକ୍ତି । ମାମଲାର ବିଚାର କରି ସେମାନଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ । ପ୍ରତ୍ୟେକଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବେ ଏହି ମାମଲାର ତଦନ୍ତ କରିଥିବା ଥାନା ଅଧିକାରୀ । କ୍ଷତିପୂରଣ ଆଦାୟ ନେଇ ରାଜ୍ୟ ଗୃହ ବିଭାଗକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨ ମାସ ମଧ୍ୟରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ କମିଶନଙ୍କ ଆଦେଶ ଦେଇଛନ୍ତି ।

Leave A Reply

Your email address will not be published.