Latest Odisha News

BREAKING NEWS

ବଡ ଘୋଷଣା, ନୂଆ କର୍ମଚାରୀଙ୍କ ଇପିଏଫ୍ ଭରିବ କେନ୍ଦ୍ର

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଆତ୍ମନିର୍ଭର ଭାରତ ୩.୦ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶରେ ଆର୍ଥିକ ଅଭିବୃଦ୍ଧିକୁ ସୁଦୃଢ଼ କରିବା ସହ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନିମନ୍ତେ ଏହି ଘୋଷଣା କରାଯାଇଛି । ମୁଖ୍ୟତଃ ସଂଗଠିତ କ୍ଷେତ୍ରରେ ଅଧିକ ନିଯୁକ୍ତି ଦେବାକୁ ପ୍ରୋତ୍ସାହନ ଘୋଷଣା କରିଛନ୍ତି ଅର୍ଥ ମନ୍ତ୍ରୀ।

ସଂସ୍ଥା ନୂତନ ନିଯୁକ୍ତି ଦେଲେ  କର୍ମଚାରୀଙ୍କ ଇପିଏଫ୍, କେନ୍ଦ୍ର ଭରିବ ବୋଲି ଘୋଷଣା କରିଛନ୍ତି ସୀତାରମଣ।  ୧ ହଜାରରୁ କମ୍‌ କର୍ମଚାରୀ ଥିବା ସଂସ୍ଥାରେ ୨୪% ଇପିଏଫ୍ ଦେବ କେନ୍ଦ୍ର। ସଂସ୍ଥା ଦେବାକୁ ଥିବା ୧୨% ଓ କର୍ମଚାରୀଙ୍କ ୧୨% ମଧ୍ୟ ଦେବ କେନ୍ଦ୍ର।

ହଜାରେରୁ ଅଧିକ କର୍ମଚାରୀ ଥିବା ସଂସ୍ଥାର କର୍ମଚାରୀଙ୍କ ଭାଗ ଭରିବ କେନ୍ଦ୍ର। କର୍ମଚାରୀଙ୍କ ପକ୍ଷରୁ ଦାଖଲ ହେଉଥିବା ୧୨% ରାଶି କେନ୍ଦ୍ର ଦେବ। ଏହି ଇପିଏଫ୍ ଭରଣା ଆଗାମୀ ୨ ବର୍ଷ  ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କହିଛନ୍ତି ସୀତାରମଣ।

Leave A Reply

Your email address will not be published.