Latest Odisha News

BREAKING NEWS

୧୦ ଦିନ ପରେ ଜଙ୍ଗଲରୁ ଉଦ୍ଧାର ହେଲେ ଲୁକାସ, ଜୋତାରେ ପାଣି ପିଉଥିଲେ

କାଲିଫୋର୍ଣ୍ଣିଆ: ଲୁକାସ ମ୍ୟାକକ୍ଲେଶ ନାମକ ଯୁବକ ଜୁନ ୧୧ରେ କାଲିଫୋର୍ଣ୍ଣିଆ ଜଙ୍ଗଲ ଏବଂ ସାନ୍ତା କ୍ରୁଜ ପାହାଡ ବୁଲିବାକୁ ଯାଇଥିଲେ । ୩ ଘଂଟା ପର୍ଯ୍ୟନ୍ତ ସେ ଚାଲି ଚାଲି ଜଙ୍ଗଲ ଭିତରକୁ ଯିବା ପରେ ଫେରିବା ବେଳକୁ ଆଉ ବାଟ ପାଇ ନ ଥିଲେ । ୫ ଦିନ ଧରି ସେ ଘରକୁ ନ ଆସିବାରୁ ପରିବାର ଲୋକ ପୋଲିସକୁ ଜଣାଇଥିଲେ । ଜଙ୍ଗଲ ମଧ୍ୟରେ ବଂଚି ରହିବା ପାଇଁ ତାଙ୍କୁ କଡା ସଂଘର୍ଷ କରିବାକୁ ପଡିଥିଲା । ସେ ୧୦ ଦିନ ଧରି କେବଳ ପାଣି ପିଇ ବଂଚି ରହିଥିଲେ । ପିନ୍ଧିଥିବା ଜୋତାରେ ପାଣି ସଂଗ୍ରହ କରି ସେ ପିଉଥିଲେ । ଡ୍ରୋନ ମାଧ୍ୟମରେ ବହୁ କଷ୍ଟରେ ସ୍ଥାନୀୟ ପୋଲିସ ତାଙ୍କୁ ଉଦ୍ଧାର କରିଥିଲେ । ପଙ୍କରେ ଉବୁଟୁବୁ ଓ ଦୁର୍ବଳ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯିବା ପରେ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।

ଜଙ୍ଗଲରେ କିଛି ଦିନ ତଳେ ନିଆଁ ଲାଗିଥିଲା । ଏଥିଯୋଗୁ ସେ ବାଟ ଭୁଲି ଯାଇଥିଲେ । ଦୁଇ ହାତ ଏବଂ କାନ୍ଧରେ ତାଙ୍କର ଆଘାତ ଲାଗିଛି । ଏବେ ସେ କହିଛନ୍ତି ମୁଁ ଏବେ ଆଉ ଜଙ୍ଗଲକୁ ଯିବିନି । ଜଙ୍ଗଲରେ ମୁଁ ବର୍ଷକରେ ଯେତିକି ଚାଲିବା କଥା ତାଠାରୁ ଅଧିକ ଚାଲି ସାରିଛି । ୩୦୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମୀ ଏହି ଅଭିଯାନରେ ସାମିଲ ଥିଲେ । ୨୬୦୦ କିଲୋମିଟର ଅଂଚଳକୁ ଡ୍ରୋନ ମାଧ୍ୟମରେ ତନ୍ନ ତନ୍ନ କରି ଖୋଜିବା ପରେ ସେ ମିଳିଥିଲେ ।

Comments are closed.