Latest Odisha News

BREAKING NEWS

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ସତ୍ୟପାଠ ଦାଖଲ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ, ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୭ରେ ସ୍ଥିର ହେବ

ପୁରୀ : ପୁରୀ ଶ୍ରୀମନ୍ଦିରର ବହୁଚର୍ଚ୍ଚିତ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ଆଜି ପ୍ରଥମଥର ଲାଗି ବସିଥିଲା ଜଷ୍ଟିସ ରଘୁବୀର ଦାଶ କମିଶନ ବସିଥିଲା । ଆଜି ପ୍ରଥମଥର କରି ବସିଥିବା ଏହି କମିଶନରେ କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ସତ୍ୟପାଠ କରାଯାଇନାହିଁ । ତେବେ ତୁରନ୍ତ ସତ୍ୟପାଠ ଦାଖଲ କରିବାକୁ ଅଦାଲତ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଦାଲତରେ ସତ୍ୟପାଠ ଦାଖଲ କରାଯିବା ପରେ ହିଁ ଅଗଷ୍ଟ ୭ତାରିଖରେ ପରବର୍ତ୍ତୀ ଶୁଣାଣୀ ସ୍ଥିର କରାଯିବା ବୋଲି ଜଷ୍ଟିସ ରଘୁବୀର ଦାଶ କମିଶନ କହିଛନ୍ତି ।

ଆଜି ପୁରୀ ଜିଲ୍ଲା ସର୍କିଟ ହାଉସଠାରେ ଜଷ୍ଟିସ ରଘୁବୀର ଦାଶ କମିଶନର ପ୍ରଥମ ବୈଠକ ବସିଥିଲା । ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ, ପୁରୀ ଏସପି, ଟ୍ରେଜେରୀ ମୁଖ୍ୟ ତଥା ଅନ୍ୟ ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ରହିଥିଲେ । ଶୁଣାଣୀ ଆରମ୍ଭ ହେବାମାତ୍ରେ ପୂର୍ବରୁ ଯେଉଁ ୪ଟି ସତ୍ୟପାଠ ଦାଖଲ ହୋଇଥିଲା ତାହା ଏସମ୍ପର୍କୀୟ ତଥ୍ୟ ସମ୍ବଳୀତ ନୁହେଁ ବୋଲି ଅଦାଲତ କହିଥିଲେ ।

ତେଣୁ ପ୍ରଥମେ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସତ୍ୟପାଠ ଦାଖଲ କରିବା ପରେ ଯାଇ ପରେ ଶୁଣାଣୀ କରାଯାଇ ପଦକ୍ଷେପ ନିଆଯିବ ବୋଲି ଜଷ୍ଟିସ ରଘୁବୀର ଦାଶ କହିଛନ୍ତି ।

Leave A Reply

Your email address will not be published.