Latest Odisha News

BREAKING NEWS

ଆସୁଛି ଚର୍ଚ୍ଚିତ ସିନେମା ‘ପାଟଣାଗଡ଼’, ଫିଲ୍ମ ରିଲିଜ୍ ଆଗରୁ ଟିଜର୍ ସୋସିଆଲ୍ ମିଡ଼ିଆରେ ହିଟ୍ !

ଭୁବନେଶ୍ୱର : ସେଦିନ ଥିଲା ୨୩ ଫେବୃୟାରୀ ୨୦୧୮ ମସିହା । ପାଟଣାଗଡ଼ର ପାର୍ସଲ ବୋମା ବିସ୍ଫୋରଣ ସାରା ଓଡ଼ିଶାକୁ ଦୋହଲେଇ ଦେଇଥିଲା । ଏହି ପାର୍ସଲ ବୋମା ପ୍ରସଙ୍ଗ ହିଁ ୨ସପ୍ତାହ ଧରି ସେତେବେଳେ ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା ।

ଏହି ପାର୍ସଲ ବୋମା ବିସ୍ଫୋରଣ ପରି ସତ୍ୟ ଘଟଣାକୁ ଆଧାର କରି ‘ପାଟଣାଗଡ଼ ୨୩ ଫେବୃୟାରୀ ୨୦୧୮, ଓଡ଼ିଶା’ ନାମକ ଏକ ଫିଲ୍ମ ନିର୍ମାଣ କରାଯାଇଛି । ଏହି ଚର୍ଚ୍ଚିତ ଫିଲ୍ମଟିକୁ ନେଇ ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଚର୍ଚ୍ଚା । ଏହି ଫିଲ୍ମଟି ଚଳିତ ବର୍ଷ ହିଁ ଖୁବ ଶିଘ୍ର ରିଲିଜ୍ ହେବାକୁ ଯାଉଛି ।

ସତ୍ୟ ଘଟଣାକୁ ଆଧାର କରି ‘ପାଟଣାଗଡ଼ ୨୩ ଫେବୃୟାରୀ ୨୦୧୮, ଓଡ଼ିଶା’ ନାମକ ଏକ ଫିଲ୍ମ ନିର୍ମାଣ କରାଯାଇଛି । ଏହି ବହୁଚର୍ଚ୍ଚିତ ଫିଲ୍ମଟିକୁ ନେଇ ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଚର୍ଚ୍ଚା । ସିନେମାଟି ଚଳିତ ବର୍ଷ ହିଁ ପ୍ରେକ୍ଷାଳୟରେ ଖୁବ ଶିଘ୍ର ରିଲିଜ୍ ହେବାକୁ ଯାଉଛି ।

ସିନେମା ‘ପାଟଣାଗଡ଼’ ଚଳିତ ବର୍ଷ ଦଶହରାରେ ହିଁ ରିଲିଜ ହେବାକୁ ସ୍ଥିର ହୋଇଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ଓଡ଼ିଶା ପୋଲିସ ବିଭାଗର ଏକ ବଡ଼ ସଫଳତାକୁ ‘ପାଟଣାଗଡ଼’ ଫିଲ୍ମଟି ପ୍ରସ୍ତୁତ କରାଯାଇଛି କହିଲେ ଚଳେ । ପ୍ରକୃତରେ ଏକ ରହସ୍ୟମୟ ହତ୍ୟାକାଣ୍ଡର କାରଣ ସମ୍ପର୍କରେ ଓଡ଼ିଶା ପୋଲିସକୁ ବେଶ୍ ପରିଶ୍ରମ କରିବାକୁ ପଡ଼ିଛି । ଓଡ଼ିଶା ପୋଲିସ କିପରି ଏକ ବିଭତ୍ସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ବୁଦ୍ଧିମତ୍ତାର ସହିତ ଶେଷରେ ଧରିପାରିଛନ୍ତି ସେହି ସତ୍ୟ ଅପରାଧ ଉପରେ ଆଧାରିତ ଚର୍ଚ୍ଚିତ ଚଳଚ୍ଚିତ୍ରଟି ପର୍ଯ୍ୟବେଶିତ ।

ତେବେ ଯାହାବି ହେଉ, ସସପେନ୍ସ ଓ ସତ୍ୟ ଅପରାଧର ଷ୍ଟୋରୀ ନିଶ୍ଚିତ ରୂପେ ବିଶେଷ ସଫଳତା ହାସଲ କରିପାରିବ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ । ସିନେମା ହଲକୁ ଆସବା ପୂର୍ବରୁ ସୋସିଆଲ ମିଡ଼ିଆରେ ହିଟ୍ ହୋଇସାରିଲାଣି । ଫିଲ୍ମର ଏକ ଟିଜର୍ ୟୁଟ୍ୟୁବ୍ ରେ ରିଲିଜ୍ ହୋଇଛି । ୟୁଟ୍ୟୁବ୍ ରେ ଅପଲୋଡ୍ ହେବା ମାତ୍ରେ ହିଁ ଦର୍ଶକମାନେ ବେଶ୍ ପସନ୍ଦ କରିଛନ୍ତି ।

‘ପାଟଣାଗଡ଼’ ଉଭୟ ଓଡ଼ିଆ ଓ ତେଲୁଗୁ ଭାଷାରେ ରିଲିଜ ହେବ । ଏହାର ପ୍ରଯୋଜନା ଶ୍ରୀଧର ମାର୍ଥା କରୁଥିବା ବେଳେ ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ନ୍ୟାସନାଲ ଆୱାର୍ଡ଼ ୱିନିଙ୍ଗ ଫିଲ୍ମ ମେକର୍ ରାଜେଶ ତଚରିଭର୍ ।

 

 

 

ଚର୍ଚ୍ଚିତ ସିନେମା ‘ପାଟଣାଗଡ଼’ରେ ମୁଖ୍ୟ ଅଭିଯୁକ୍ତ ବୁଲେଟରାଜା ଓରଫ ପୁଞ୍ଜିଲାଲ୍ ମେହେରଙ୍କ ଚରିତ୍ରରେ ଓଲିଉଡ୍ ଭିଲେନ୍ ମନୋଜ ମିଶ୍ର ଅଭିନୟ କରୁଛନ୍ତି । ସେହିପରି ଓଡ଼ିଶା କ୍ରାଇମ ବ୍ରାଞ୍ଚ ର ଦକ୍ଷ ଆଇଜି ଅରୁଣ ବୋଥ୍ରାଙ୍କ ଭୂମିକାରେ ବଲିଉଡ୍ ଆକ୍ଟର୍ ଅତୁଲ କୁଲକର୍ଣ୍ଣିଙ୍କୁ ଦେଖିବାକୁ ମିଳିବ ।

Leave A Reply

Your email address will not be published.