Latest Odisha News

BREAKING NEWS

ଘରକୁ ଫେରିଲେ କମେଡିଆନ ସୁନିଲ ପାଲ, ଅପହରଣ ଅଭିଯୋଗ କରିଥିଲେ ପତ୍ନୀ

ମୁମ୍ବାଇ: ଘରକୁ ଫେରିଲେ କମେଡିଆନ ସୁନିଲ ପାଲ। ହାସ୍ୟ ଅଭିନେତା ସୁନୀଲ ପାଲ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ପତ୍ନୀ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ଯାହାପରେ ଅଭିନେତା କେଉଁଠାରେ ଅଛନ୍ତି ଏବଂ ତାଙ୍କ ସହିତ ପ୍ରକୃତରେ କ’ଣ ଘଟିଛି, ସେଭଳି କିଛି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିଥିଲା।

ହାସ୍ୟ ଅଭିନେତାଙ୍କ ପତ୍ନୀ କହିଥିଲେ ଯେ ସେ ସୋ କରିବାକୁ ସହର ବାହାରକୁ ଯାଇଥିଲେ। ସେହି ଦିନ ଅର୍ଥାତ୍ ଡିସେମ୍ବର ୩ରେ ନିଜ ଘରକୁ ଫେରିବାର ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ସହ ଯୋଗାଯୋଗ ହୋଇପାରିନଥିଲା। ଯାହାପରେ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

ତେବେ ସୁନୀଲ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡିଛି। ସୁନୀଲଙ୍କ ପତ୍ନୀଙ୍କ କହିବାନୁଯାୟୀ ହାସ୍ୟ ଅଭିନେତାଙ୍କ ଫୋନ୍ ନମ୍ବରକୁ ପୋଲିସ ଟ୍ରେସ୍ କରିଛି। ଯାହା ଫଳରେ ତାଙ୍କ ଲୋକେସନ୍ ବିଷୟରେ ସୂଚନା ମିଳିଥିଲା। ତେବେ ପ୍ରକୃତରେ କ’ଣ ଘଟିଥିଲା ତାଙ୍କ ସହ ସେନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଜଣାଇବେ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ୨୦୦୫ରେ ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର ଚ୍ୟାଲେଞ୍ଜ ଜିତିବା ପରେ ସୁନୀଲ ପାଲ ଘରେଘରେ ପରିଚିତ ହୋଇପାରିଥିଲେ। ପରେ ସେ ‘ଫିର ହେରା ଫେରି’, ‘ହମ୍ ତୁମ୍ ‘ ଭଳି ଅନେକ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି।

 

 

Comments are closed.