Latest Odisha News

BREAKING NEWS

ଜଙ୍ଗଲରୁ ମିଳିଲା ଅପହୃତ ଯବାନଙ୍କ ମୃତଦେହ, ଗତକାଲି ଅପହରଣ କରିଥିଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ କଶ୍ମୀରର ଅନନ୍ତନାଗ ଅଞ୍ଚଳରେ ଗତକାଲି ଆତଙ୍କବାଦୀମାନେ ୨ ଯବାନଙ୍କୁ ଅପହରଣ କରିନେଇଥିଲେ। ସେମାନଙ୍କ ମଧ୍ୟରୁ କଳେବଳେ କୌଶଳେ ଖସି ଆସିଥିବା ବେଳେ ଆଉ ଜଣେ ନିଖୋଜ ଥିଲେ। ନିଖୋଜ ଯବାନଙ୍କୁ ଖୋଜିବା ଲାଗି ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଥିଲା। ଶେଷରେ ଉକ୍ତ ଯବାନଙ୍କର ମୃତଦେହ ପାଇଛି ସୁରକ୍ଷାବାହିନୀ l ଶହୀଦ ଯବାନଙ୍କ ଦେହରେ ଅନେକ ଗୁଡିଏ ବୁଲେଟ୍‌ କ୍ଷତ ଥିବା ନେଇ ସୂଚନା ମିଳିଛି ।

ସୂଚନା ଅନୁସାରେ, ଦୀର୍ଘ ୧୦ ବର୍ଷ ପରେ ଜାମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି । ତେବେ ଗତକାଲି ଭୋଟ ଗଣତି ଚାଲିଥିବା ବେଳେ ଆତଙ୍କ ଖେଳାଇଥିଲେ ଆତଙ୍କବାଦୀ । ଭାରତୀୟ ସେନାର ଦୁଇ ଯବାନଙ୍କୁ ଅପହରଣ କରି ନେଇଥିଲେ ଆତଙ୍କୀ । ସେମାନଙ୍କ ମଧ୍ୟରୁ ଜଣେ ଯବାନ ଖସି ପଳାଇ ଆସିଥିବା ବେଳେ ଅନ୍ୟ ଜଣଙ୍କର କୌଣସି ପତ୍ତା ମିଳିନଥିଲା । ପରେ ଖବର ପାଇ ଭାରତୀୟ ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସର ମିଳିତ ଟିମ୍ ଉକ୍ତ ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଜାରି ରଖିଥିଲେ । ଏବେ ଜଙ୍ଗଲ ମଧ୍ୟରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି l ତେବେ ଅପହରଣ ହୋଇଥିବା ଯବାନମାନେ ହେଉଛନ୍ତି ଟେରିଟୋରିଆଲ ଯବାନ । ଅନନ୍ତନାଗ ଜିଲ୍ଲାର କୋକେରନାଗର ଶଙ୍ଗସ୍ ଅଞ୍ଚଳରୁ ଗତକାଲି ତାଙ୍କୁ ଅପହରଣ କରିନେଇଥିଲେ ଆତଙ୍କବାଦୀ ।

କହିରଖୁଛୁ ଯେ, ଗତ ୨୦୨୦ ମସିହା ଅଗଷ୍ଟ ୨ ତାରିଖରେ ଆତଙ୍କବାଦୀମାନେ ଜଣେ ଯବାନଙ୍କୁ ଅପହରଣ କରିଥିଲେ । ଅନେକ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ସୂଚନା ମିଳିନଥିଲା । ଗୋଟିଏ ବର୍ଷ ପରେ ଅର୍ଥାତ୍ ୨୦୨୧ ମସିହା ସେପ୍ଟେମ୍ବରରେ କୁଲଗାମ ଜିଲ୍ଲାରୁ ତାଙ୍କର ମୃତଦେହ ମିଳିଥିଲା।

Comments are closed.