Latest Odisha News

BREAKING NEWS

ପାରାଦୀପ ସମୁଦ୍ରରେ ବୁଡ଼ି ନିଖୋଜ ଥିବା ଯୁବକଙ୍କ ଶବ ମିଳିଲା

ପାରାଦୀପ: ପାରାଦୀପ କଳିଙ୍ଗ ବାଲିଯାତ୍ରା ପଡ଼ିଆରେ ଗାନ୍ଧୀ ଜୟନ୍ତୀ ପାଳନ ଉତ୍ସବ ପାଳନ ଅବସରରେ ସମୁଦ୍ରରେ ବୁଡ଼ିଯାଇଥିଲେ ୩ ଜଣ ଯୁବକ । ୨ଜଣଙ୍କୁ ପୋଲିସ ଉଦ୍ଧାର କରିଥିବା ବେଳେ ଜଣେ ଯୁବକ ନିଖୋଜ ଥିଲେ । ଆଜି ସକାଳେ ନିଖୋଜ ଯୁବକଙ୍କ ଶବ ଉଦ୍ଧାର କରିଛି ପୋଲିସ ।

ଆଜି ସକାଳେ ସମୁଦ୍ରତଟସ୍ଥ ହନୁମାନ ମନ୍ଦିର ପଛପଟ ବେଳାଭୂମିରୁ ପୋଲିସ ସମୁଦ୍ରରେ ବୁଡ଼ି ଯାଇ ନିଖୋଜ ଥିବା ଯୁବକଙ୍କ ଶବକୁ ଦେଖିବାକୁ ପାଇଥିଲା ।

ଗତକାଲି ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ସେଠାରେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ଏଥିରେ ସାମିଲ ଥିବା ୩ଜଣ ଯୁବକ ସମୁଦ୍ର ଜଳରେ ଗାଧୋଇଥିବା ବେଳେ ବୁଡ଼ି ଯାଇଥିଲେ । ତେବେ ୨ ଜଣଙ୍କୁ ପୋଲିସ ଉଦ୍ଧାର କରିଥିବା ବେଳେ ଜଣେ ଯୁବକ ନିଖୋଜ ରହିଥିଲେ । ପୋଲିସ ଉଦ୍ଧାର ଲାଗି ଖୋଜିଥିଲେ ମଧ୍ୟ ପାଇନଥିଲେ । ଆଜି ସକାଳେ ଶବକୁ ପୋଲିସ ଉଦ୍ଧାର କରିଛି ।

Leave A Reply

Your email address will not be published.