Latest Odisha News

BREAKING NEWS

ଆଜି ପୁରୀ ବନ୍ଦ ଡ଼ାକରା, ଧାଡ଼ି ଦର୍ଶନକୁ ବିରୋଧକରି ଶ୍ରୀଜଗନ୍ନାଥ ସେନାର ପ୍ରତିବାଦ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରରେ ନୂଆ ଧାଡ଼ି ବ୍ୟବସ୍ଥା ଦର୍ଶନକୁ ପୁରୀ ସ୍ଥାନୀୟ ବାସିନ୍ଦା ବିରୋଧ କରିଛନ୍ତି । ଏନେଇ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡ଼ାକରା ଦିଆଯାଇଛି ।

ଏହି ଧାଡ଼ି ଦର୍ଶନକୁ ବିରୋଧ କରୁଥିବା ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ପୋଲିସ ଅଟକ ରଖିଥିବାରୁ ପୁରୀରେ ଅସନ୍ତୋଷ ପ୍ରକାଶ ପାଇଛି ।

ଆଜି ସକାଳେ ଏହି ଘଟଣାର ପ୍ରତିବାଦ କରି ପୁରୀ ସହରର ଅଧିକାଂଶ ଦୋକାନ ବଜାର ବନ୍ଦ ରହିଛି ।

ସୂଚନାଯୋଗ୍ୟ, ଶ୍ରୀଜୀଉମାନଙ୍କୁ ସୁବିଧାରେ ଏବଂ ଶୃଙ୍ଖଳିତ ଭାବେ ହଜାର ହଜାର ଶ୍ରଦ୍ଧାଳୁ ଦୈନିକ ଦର୍ଶକ କରିବାକୁ ପ୍ରଶାସନ ପକ୍ଷରୁ ଏହି ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି । ତେବେ ଏହି ଧାଡ଼ି ଦର୍ଶନ ଯୋଗୁଁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେବାକୁ ପଡୁଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.