Latest Odisha News

BREAKING NEWS

ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନଙ୍କ ବାପାଙ୍କ ଦେହାନ୍ତ

ଭୁବନେଶ୍ୱର : ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନଙ୍କ ବାପା ତଥା ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ଶ୍ୱଶୁର ଡାକ୍ତର ଅକ୍ଷୟ କୁମାର ରାଉତଙ୍କ ପରଲୋକ ଘଟିଛି । ଆଜି ସନ୍ଧ୍ୟାରେ ଭୁବନେଶ୍ୱରର ତାଙ୍କର ଦେହାନ୍ତ ହୋଇଛି ।

ସେ ଜାମସେଦପୁର ଟାଟାନଗର ଅଂଚଳରେ ଶିଶୁ ଚିକିତ୍ସକ ଭାବେ ବେଶ୍ ପ୍ରସିଦ୍ଧ ଥିଲେ । ଗରିବ ଲୋକଙ୍କ ପିଲାମାନଙ୍କୁ ଖୁବ୍ କମ୍ ଅର୍ଥରେ ଓ ମାଗଣାରେ ଚିକିତ୍ସା ପ୍ରଦାନ କରୁଥିବାରୁ ଟାଟାନଗର ଅଂଚଳରେ ତାଙ୍କର ବେଶି ଖ୍ୟାତି ରହିଥିଲା ।

ଡକ୍ଟର ରାଉତ କେନ୍ଦ୍ରାପଡା ଅଂଚଳର ମୂଳ ବାସିନ୍ଦା ହୋଇଥିବା ବେଳେ ୧୯୭୨ ମସିହାରେ ସେ କଟକ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ ହସ୍ପିଟାଲରୁ ଡାକ୍ତରୀ ଶିକ୍ଷା ସମାପ୍ତ କରିଥିଲେ । ଚିକିତ୍ସାଧୀନଥିବା ବେଳେ ଏକ ଘରୋଇ ହସ୍ପିଟାଲରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ଖବର ମିଳିବା ପରେ ତାଙ୍କ ପରିବାରକୁ ବିଭିନ୍ନ ମହଲରୁ ଶୋକ ବାର୍ତ୍ତା ସୁଅ ଛୁଟୁଛି ।

Leave A Reply

Your email address will not be published.