Latest Odisha News

BREAKING NEWS

ରଥଖଳାରେ ରଥଯାତ୍ରା ପ୍ରସ୍ତୁତି: ଚୂଡ଼ାନ୍ତ ପର୍ଯ୍ୟାୟରେ ତିନିରଥର ‘ଗୁଜ ଖୋଦେଇ’ କାର୍ଯ୍ୟ

ପୁରୀ: ପୁରୀର ବଡ଼ଦାଣ୍ଡ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଯେତେ ଯେତେ ଅଗ୍ରସର ହେଉଛି ସେତିକି ମାତ୍ରାରେ ରଥଯାତ୍ରା ଅନୁଷ୍ଠିତ ହେବାର ସମ୍ଭାବନା ସେତିକି ମାତ୍ରାରେ ସୃଷ୍ଟି ହେଉଛି । ମହାପ୍ରଭୁଙ୍କ ଅଗଣିତ ଭକ୍ତଙ୍କ ଭାବନାରେ ରଥଯାତ୍ରା ହେବାର ସକାରତ୍ମକ ଭାବନା ମଧ୍ୟ ବୃଦ୍ଧି ପାଇ ଚାଲିଛି । ଆଉ ଦିନ କେତେଟା ପରେ ବିଶାଳକାୟ ତିନିରଥ ସିଂହଦ୍ୱାର ସାମ୍ନା ବଡ଼ଦାଣ୍ଡରେ ଦଣ୍ଡାୟମାନ ହୋଇଯିବ ।

ଅଧିକ ପଢନ୍ତୁ: ଆସନ୍ତୁ, ପବିତ୍ର ପୁରୀ ଶ୍ରୀକ୍ଷେତ୍ରରେ କରିବା ତୀର୍ଥ…

ସମସ୍ତ କାରିଗର ସେବକମାନେ ଯୁଦ୍ଧକାଳୀନ ଭିତ୍ତିରେ ରାତି ଦିନ ରଥ ନିର୍ମାଣରେ ନିଜକୁ ନିୟୋଜିତ ରଖୁଛନ୍ତି । ମହାପ୍ରଭୁଙ୍କ ଏହି ପବିତ୍ର କାର୍ଯ୍ୟକୁ ନିଷ୍ଠାର ସହିତ କରିବା ଲାଗି ସମସ୍ତ ସେବକ ଭକ୍ତମାନଙ୍କ ମଧ୍ୟରେ ବଢି ଚାଲିଛି ଉତ୍ସାହ ଓ ଉଦ୍ଦିପନା । ସରକାରଙ୍କ ସମସ୍ତ କରୋନା କଟକଣାକୁ ଅକ୍ଷରେ ଅକ୍ଷରେ ମାନି ଏହି ସେବକମାନେ ଲାଗି ପଡ଼ିଛନ୍ତି ରଥ ନିର୍ମାଣ ଯଥା ସମୟ ପୂର୍ବରୁ ସମାପ୍ତ କରିବା ଲାଗି ।

ସୋମବାର ସନ୍ଧ୍ୟା ଅର୍ଥାତ୍ ମେ’ ୨୫ ତାରିକ ସୁଦ୍ଧା ତିନୋଟି ରଥର ମୋଟ ୪୨ଟି ଚକ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ସେହିପରି ଭାବେ ଗତକାଲିଠାରୁ ସମସ୍ତ ରଥ ଗୁଡ଼ିକର ଦଣ୍ଡା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ତାଳଧ୍ୱଜ ରଥର ୯ଟି ଦଣ୍ଡା, ଦେବଦଳନ ରଥର ୭ଟି ଦଣ୍ଡା ଏବଂ ନନ୍ଦିଘୋଷ ରଥର ୯ଟି ଦଣ୍ଡା ମଧ୍ୟରୁ ପ୍ରତ୍ୟେକ ରଥର ୫ଟି ଲେଖାଏଁ ଦଣ୍ଡା ଚଉପଟ ନିର୍ମାଣ ହୋଇଛି । କେବଳ ସାଲ ହେବା ବାକି ରହିଛି ।

ଅଧିକ ପଢନ୍ତୁ – ପୁରୀ ଶ୍ରୀମନ୍ଦିରର ନାଟୁଆ ଗଣେଶ; ଦୈନିକ ରାତିରେ ମହାପ୍ରଭୁଙ୍କୁ ଦିଅନ୍ତି ଭକ୍ତଙ୍କ ହିସାବ !

ରୂପକାର ସେବକ ମାନଙ୍କ ଦ୍ୱାରା ଗୁଜରେ ସିଂହ ବିରାଳ ରୂପ ଖୋଦେଇ କାର୍ଯ୍ୟ ୩ ରଥର ୭୫ ଭାଗ ସରିିଥିବା ବେଳେ ଆଜି ତାଳଧ୍ୱଜ ରଥର ସମସ୍ତ ଗୁଜରେ ସିଂହ ବିରାଳ ରୂପ ଖୋଦେଇ ତଥା ପଲିସ୍ କାମ ଶେଷ ପର୍ଯ୍ୟାୟରେ ।

ଆଜି ଆରମ୍ଭ ହେଲା ‘ନାଟ ଗୋଡ଼’ର ସାଲ କାମ:

ସବୁଠାରୁ ବଡ଼ କଥା ହେଲା ଯେ, ଆଜି ‘ନାଟ ଗୋଡ଼’ର ସାଲ କାମ ହେବା କାମ ଆରମ୍ଭ ହୋଇ ଯାଇଛି । ପ୍ରତିରଥରେ ୮ଟି ଲେଖାଏଁ ନାଟ ଗୋଡ଼ ଲାଗିଥାଏ । ରଥର ଦ୍ୱାର ବେଢାରେ ଲାଗିଥାଏ । ଗୋଟିଏ ଗୋଟିଏ ଦ୍ୱାରରେ ୨ଟି ଲେଖାଏଁ ଏହା ଲାଗିଥାଏ । ସାଲ ହୋଇ ସାରିବା ପରେ ସେଥିରେ ରୂପକାରଙ୍କ ଦ୍ୱାରା ରାହୁ ରୂପ ଖୋଦେଇ ହେବ ।

ଶେଷ ହେଲା ‘ଗୟଳ’ ଚଉପଟ କାର୍ଯ୍ୟ:

‘ଗୟଳ’ ଦୁଇ ପ୍ରକାରର । ପ୍ରଥମଟି ହେଲା ‘ପୋଲା ଗୟଳ’ ଏବଂ ଦ୍ୱିତୀୟଟି ହେଲା ‘ଛନ୍ଦା ଗୟଳ’ । ଦୋଳ ବେଦୀଠାରେ କରତି ସେବକଙ୍କ ଦ୍ୱାରା ନନ୍ଦିଘୋଷ ରଥର ‘ପୋଲା ଗୟଳ’ ଚିରଟ ପୂର୍ବରୁ ଚଉପଟ ପରେ ସୂତା ମାପ ପରେ ଚିରଟ କାର୍ଯ୍ୟ ଆରମ୍ଭ ହୁଏ । କାଲିସୁଦ୍ଧା ଗୟଳ ଚଉପଟ ସରି ଆଜି ‘ପୋଲା ଗୟଳ’ ଚିରଟ କାର୍ଯ୍ୟ ଆରମ୍ଭ ହୋଇଛି ।

ଆଜି ‘ମୁଁହାଟ’ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରତି ରଥ ଲାଗି ୪ଟି ଲେଖାଏଁ ‘ମୁଁହାଟ’ ଲାଗିଥାଏ । ଏହାର ସାଇଜ୍ (୭’ ଗୁଣନ ୭’) ଲମ୍ବ ୨୦ ଫୁଟ ।

ଅଧିକ ପଢନ୍ତୁ: ଶ୍ରୀଜିଉଙ୍କ ସ୍ନାନଯାତ୍ରା ପହଣ୍ଡିରେ ରହିବେ ୧୫୦ ସେବାୟତ

ପ୍ରତି ରଥରେ ‘ଆଗ ମୁହାଁଟ’ ଏକଟି ଏବଂ ପଛ ମୁହାଁଟ ଏକଟି ଏବଂ ପାଶ୍ୱର୍ ମୁଁହାଟ ଦୁଇଟି ଉକ୍ତ ମୁଁହାଟ ଦଣ୍ଡାରେ ଲାଗିଥାଏ ।

ଦୋଳବେଦୀରେ ସ୍ଥାପିତ ହୋଇଥିବା ଅସ୍ଥାୟୀ କମାର ଶାଳରେ ଓଝା ସେବକଙ୍କ ଦ୍ୱାରା ଦଣ୍ଡା କଣ୍ଟା, ଗୟଳ କଣ୍ଟା, ଖୋଖା ଏବଂ ଗୋଡ଼ି ଛାଲ ପ୍ରସ୍ତୁତି ଚାଲିଛି । ଏହି ଗୋଡ଼ିଛାଲ କଣ୍ଟା ରଥର ଗର୍ଭଗୃହ ଉପର ଅଂଶ ଏହା ୧୩ ଥାକିଆ ବା ୧୩ ପଟଳ ବିଶିଷ୍ଟ ପ୍ରତି ଥାକ ବା ପଟଳରେ ୨୫ରୁ ୪୦ ଗୋଟି କଣ୍ଟା ଲାଗେ । ଏଣୁ ତିନିରଥ ଲାଗି ଆବଶ୍ୟକ ଅନୁଯାୟୀ କଣ୍ଟା ପ୍ରସ୍ତୁତି ଚାଲିଛି ।

ଆଜି ସକାଳେ ରଥ ଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସଂପୃକ୍ତ ସେବକ ମାନଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯାଇଥିଲା । ସମସ୍ତ ସେବକମାନେ ସୁସ୍ଥ ରହିଥିବାର ଜଣାପଡ଼ିଛି ।

Leave A Reply

Your email address will not be published.