କଟକ: ଜିଲ୍ଳା ପ୍ରଶାସନ ଦ୍ୱାରା ଚାଲିଥିବା ମିଶନ ଜିରୋ-ଏଫକୁ ସ୍କ୍ରଚ୍ ସ୍ୱର୍ଣ୍ଣ ଆୱାର୍ଡ ( SKOCH GOLD AWARD) ମିଳିଛି । ଜାତୀୟ ସ୍ତରରେ କଟକ ଜିଲ୍ଲାକୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।
ସୂଚନା ଯୋଗ୍ୟ ଯେ, ସମଗ୍ର ଜିଲ୍ଲାରେ ଅବହେଳିତ ତଥା ପାଠ ପଢ଼ାରୁ ବଞ୍ଚିତ ହେଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଜିଲ୍ଳାପାଳ ଭବାନୀ ଶଙ୍କର ଚୟନୀ ଏକ ନୂତନ ପ୍ରୟାସ କରିଥିଲେ । ସେମାନଙ୍କର ପାଠ ପଢ଼ାରେ ସଫଳତା ଆଣିବା ପାଇଁ ଜିଲ୍ଲାରେ ମିଶନ ଜିରୋ-ଏଫ ଗଠନ କରିଥିଲେ। ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ବହୁ ଛାତ୍ରଛାତ୍ରୀ ଏହି ମିଶନ ମାଧ୍ୟମରେ ଫେଲ ହେବାରୁ ବଞ୍ଚିତ ହୋଇଥିଲେ । ଜିଲ୍ଳାପାଳଙ୍କ ଏହି ପ୍ରଚେଷ୍ଟା ଯୋଗୁଁ କଟକ ଜିଲ୍ଲା ଏହି ପୁରସ୍କାର ପାଇଛି ।
Comments are closed.