Latest Odisha News

ପରୀ ମୃତ୍ୟୁ ମାମଲା : ପୋଖରୀରୁ ମିଳିଲା ଲେଗିନ୍ସ

ନୟାଗଡ: ପରୀ ମୃତ୍ୟୁ ମାମଲା ଆଜି ପୋଖରୀରୁ ମିଳିଲା ଲେଗିନ୍ସ । ତେବେ ଲେଗିନ୍ସ ପରୀର କି ନୁହେଁ ତାହା ପରୀକ୍ଷା ପରେ ଜଣାପଡିବ । ଲେଗିନ୍ସ ଖୋଜିବା ପାଇଁ ପୋଖରୀର ପାଣିକୁ ଶୁଖାଯାଇଥିଲା । ଦୁଷ୍କର୍ମ ପରେ ମୁଖୟ ଅଭିଯୁକ୍ତ ସରୋଜ ସେଠୀ ପରୀ ପିନ୍ଧିଥିବା ଲେଗିନ୍ସ ପୋଖରୀରେ ଫିଙ୍ଗି ଦେଇଥିଲା ବୋଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ।

ପରୀକୁ ହତ୍ୟା କରିବା ପରେ ଦୁଷ୍କର୍ମ କରାଯାଇଛି । ଜେରା ବେଳେ ଅଭିଯୁକ୍ତ ହତ୍ୟା ଓ ଦୁଷ୍କର୍ମ ଉଦ୍ୟମ କରିଥିବା ମାନିଥିବା ବୋଥ୍ରା ସୂଚନା ଦେଇଥିଲେ  । ଏଥି ସହ ସେ କହିଥିଲେ ଯେ ଘଟଣା ଦିନ  ଜାମୁକୋଳି ଖାଇବାକୁ ସରୋଜ ସେଠୀଙ୍କ ଘରକୁ ଯାଇଥିଲା ପରୀ । କୋଳି ମାଗିବାରୁ ଅଭିଯୁକ୍ତ ଘର ଭିତରକୁ ଡାକିଥିଲା । ସେଦିନ ଘରେ କେହି ନଥିଲେ । ପୋଷାକ ଖୋଲି ଦୁଷ୍କର୍ମ ଉଦ୍ୟମ କରିବାରୁ ଚିତ୍କାର କରିଥିଲା ପରୀ । ଏହା ପରେ  ଅଭିଯୁକ୍ତ ପରୀକୁ ତଣ୍ଟି ଚିପି ହତ୍ୟା କରିଥିଲା । ପରେ ଦୁଷ୍କର୍ମ କରିଥିଲା । ମୃତଦେହକୁ ପୋଖରୀ ନିକଟ ବୁଦା ପାଖରେ ଫିଙ୍ଗି ଦେଇଥିଲା ।

Leave A Reply

Your email address will not be published.