ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପକ୍ଷରୁ ମିଶନ ଜିରୋ କୋଭିଡ-୧୯ ଅଧୀନରେ ଶନିବାର ଦିନ ପ୍ରାୟ ୪୦,୦୦୦ ଲୋକଙ୍କୁ ମିଶାଇ ଗତ ୩ ଦିନ ମଧ୍ୟରେ ମୋଟ୍ ଏକ ଲକ୍ଷ ଲୋକଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଂ ଶେଷ କରାଯାଇଛି ।
ବିଇଏମସିର ଜଣେ ଅଧିକାରୀ କହିଛନ୍ତି ଯେ କୋଭିଡ-୧୯, ଯକ୍ଷ୍ମା, ମ୍ୟାଲେରିଆ, ଡେଙ୍ଗୁ ଏବଂ ଡାଇରିଆ ଭଳି ଉଭୟ ଅଣ ସଂକ୍ରାମକ ତଥା ସଂକ୍ରାମକ ରୋଗର ସ୍କ୍ରିନିଂ ପରେ କେବଳ ତିନି ଜଣଙ୍କର ଜ୍ୱର ହୋଇଥିବା ଜଣାପଡିଛି। ଅନ୍ୟମାନଙ୍କ ମଧ୍ୟରେ କୌଣସି ଲକ୍ଷଣ ଦେଖାଯାଇନାହିଁ ।
ଗଞ୍ଜାମ ଜିଲ୍ଲାରେ କରୋନାଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଏଥିରେ ରୋକ ଲଗାଇବା ପାଇଁ ଗୁରୁବାର ଦିନ ବ୍ରହ୍ମପୁରରେ ବିଇଏମସି ପକ୍ଷରୁ କରୋନା ରୋଗୀଙ୍କ ସଂଖ୍ୟା ଶୂନକୁ ହ୍ରାସ କରିବା ପାଇଁ ଅଭିଯାନ ଆରମ୍ଭ କରଛନ୍ତି ।
ଆୟୁଷ ଦ୍ୱାରା ସ୍ୱିକୃତି ପ୍ରାପ୍ତ ଡାକ୍ତରଙ୍କ ନେତୃତ୍ୱରେ ପ୍ର୍ରାୟ ୭୦ ହେଲ୍ଥ ଟିମ୍ ଗଠନ କରାଯାଇଥିଲା ।
Comments are closed.