Latest Odisha News

ଗ୍ରେଟାଙ୍କୁ ବିବାହ କଲେ ମାର୍ଶ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟର ବିସ୍ଫୋରକ ଅଲରାଉଣ୍ଡର ମିଚେଲ ମାର୍ଶ ସୋମବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସେ ଦୀର୍ଘ ଦିନର ବାନ୍ଧବୀ ଗ୍ରେଟା ମ୍ୟାକଙ୍କୁ ବିବାହ କରିଛନ୍ତି । ବିବାହ ପାଇଁ ସେ ଆଇପିଏଲ ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତନ କରିଥିଲେ । କିଛି ଦିନ ପତ୍ନୀଙ୍କ ସହ ସମୟ କାଟିବା ପରେ ସେ ପୁନର୍ବାର ଆଇପିଏଲରେ ଯୋଗ ଦେବା ପାଇଁ ଭାରତ ଆସିବେ । ଦୀର୍ଘ ଦିନ ଧରି ସମ୍ପର୍କରେ ରହିବା ପରେ ୧୧ ସେପ୍ଟମ୍ବର ୨୦୨୧ରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା । ଗ୍ରେଟା ଦି ଫାର୍ମ ମାର୍ଗରେଟ ରିଭର କମ୍ପାନୀର କୋ ଡାଇରେକ୍ଟର ଅଛନ୍ତି । ମାର୍ଶ ଅଷ୍ଟ୍ରେଲିଆ ପକ୍ଷରୁ ୩୨ ଟେଷ୍ଟ, ୭୨ ଦିନିକିଆ ଓ ୪୬ ଟି୨୦ ମ୍ୟାଚ ଖେଳିଛନ୍ତି ।

ସେ ଆଇପିଏଲରେ ମଧ୍ୟ ୩୧ ମ୍ୟାଚ ଖେଳି ୪୮୦ ରନ ସଂଗ୍ରହ କରିବା ସହ ୨୫ ୱିକେଟ ନେଇଛନ୍ତି । ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଦର୍ଶନ ସନ୍ତୋଷଜନକ ରହିନାହିଁ । ଦଳ କ୍ରମାଗତ ୩ଟି ମ୍ୟାଚରେ ପରାଜିତ ହୋଇଛି । ମାର୍ଶ ଦିଲ୍ଲୀ ପକ୍ଷରୁ ପ୍ରଥମ ମ୍ୟାଚରେ ଖାତା ଖୋଲି ପାରି ନ ଥିବା ବେଳେ ଦ୍ୱିତୀୟ ମ୍ୟାଚରେ ୪ ରନ କରିଥିଲେ । ତୃତୀୟ ମ୍ୟାଚରେ ସେ ଖେଳି ନ ଥିଲେ ।

Comments are closed.