ମୁମ୍ବାଇ: ଅଭିନେତା ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ କିସି କି ଜାନ\’ର ଟ୍ରେଲର ରିଲିଜ୍ ହୋଇଯାଇଛି । ପ୍ରଶଂସକମାନେ ଖୁବ୍ ଉତ୍ସାହର ସହିତ ଏହି ଟ୍ରେଲରକୁ ଅପେକ୍ଷା କରିଥିଲେ । ଏହି ଫିଲ୍ମଟି ଆସନ୍ତା ୨୧ ତାରିଖ ରେ ଇଦ୍ ଅବସରରେ ମୁକ୍ତିଲାଭ କରିବ । ଏଥିରେ ସଲମାନ ଖାନଙ୍କ ବ୍ୟତୀତ ଭେଙ୍କଟେଶ, ପୂଜା ହେଗଡେ ଏବଂ ଜଗପାଠୀ ବାବୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।
ଟ୍ରେଲର ଆରମ୍ଭରେ ସଲମାନ ଖାନଙ୍କ ଏଣ୍ଟ୍ରି ହେଉଛି ଏବଂ ପରେ ସଲମନଙ୍କ ସ୍ୱରରେ ସଂସ୍କୃତ ଶ୍ଲୋକ ଉଚ୍ଚାରଣ କରାଯାଉଛି । ଏହା ପରେ ଅଭିନେତ୍ରୀ ପୂଜା ହେଗଡେ ସଲମାନଙ୍କୁ ପଚାରୁଛନ୍ତି, ତୁମର ନାମ କ’ଣ? ସଲମାନ ଉତ୍ତର ଦିଅନ୍ତି, ମୋର କୌଣସି ନାମ ନାହିଁ । ମୁଁ ଭାଇଜାନ ନାମରେ ଜଣାଶୁଣା । ପ୍ରଥମ ଦେଖାରେ ପୂଜା ସଲମାନଙ୍କ ପ୍ରେମରେ ପଡିଯାଉଛନ୍ତି । ପରେ ପୂଜା ସଲମାନଙ୍କୁ ଭାଇ ଡାକିବାବେଳେ ଜିଭ କାମୁଡ଼ି ଦେଉଛନ୍ତି । ପରେ ଜାନ୍ ଡ଼ାକିବେ ବୋଲି କହିଛନ୍ତି । ଏହି ଟ୍ରେଲରକୁ ସିନେପ୍ରେମୀ ବେଶ୍ ପସନ୍ଦ କରିଛନ୍ତି ।
BREAKING NEWS
- ପ୍ରଥମ ଟି୨୦: ଶ୍ରେୟାସଙ୍କ ବିସ୍ଫୋରକ ଶତକ, ୱେଷ୍ଟଇଣ୍ଡିଜ୍କୁ ୮ ୱିକେଟ୍ରେ ହରାଇଲା ଭାରତ
- ମୁଣ୍ଡ ଉପରେ ପୂଜା, ଖାଲ ଭର୍ତ୍ତି ରାସ୍ତାରେ ତୋରଣ
- ଭୁବନେଶ୍ୱର କୁମାରଙ୍କ କମ୍ବ୍ୟାକ୍: ୪ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଲେ, ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟି୨୦, ଏ’ ଦଳ ଘୋଷଣା
- ମୁଁ ଆପଣଙ୍କୁ ଛୁଇଁପାରିବି କି?’: ଅଭିଷେକ ଶର୍ମାଙ୍କୁ ଦେଖି ହୋସ୍ ହରାଇଲେ ସୁନ୍ଦରୀ ଫ୍ୟାନ୍
- ଅଗରକରଙ୍କ କାର୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି

Comments are closed.