Latest Odisha News

BREAKING NEWS

ମହିଳା କ୍ରିକେଟର କହିଲେ ଥ୍ୟାଙ୍କ ୟୁ ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ମହିଳା ଖେଳାଳିଙ୍କ ତୁଳନାରେ ପୁରୁଷ ଖେଳାଳିଙ୍କୁ ପ୍ରାଧାନ୍ୟ ଦେଉଥିବା ଖବର ପ୍ରକାଶ ପାଇବା ପରେ ଏବେ ସ୍ଥିତି ବଦଳିଛି । ବିସିସିଆଇ ନିଜ ଭୂଲ ବୁଝିବା ସହ ମହିଳା କ୍ରିକେଟରଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଦେବା ପାଇଁ ପ୍ରତିଶ୍ରୁତି ଦେଇଛି । ଏହା ପରେ ଅଧିନାୟିକା ମିଥାଲୀ ରାଜ ଓ ହରମନପ୍ରୀତ ବିସିସିଆଇକୁ ଥ୍ୟାଙ୍କ ୟୁ କହିଛନ୍ତି । ଉଭୟ ପୁରୁଷ ଏବଂ ମହିଳା ଟିମ୍ ଇଂଲଣ୍ଡ ଗସ୍ତରେ ଯିବେ । ପୁରୁଷ ଖେଳାଳିମାନଙ୍କ ପାଇଁ ବିସିସିଆଇ ଘରେ ଆରଟି-ପିସିଆର ଟେଷ୍ଟ ଏବଂ ଚାର୍ଟଡ ପ୍ଲେନରେ ଯିବା ଆସିବା କରିବା ପାଇଁ ସୁଯୋଗ ଯୋଗାଇଥିଲା ।

ଅପରପକ୍ଷରେ ମହିଳା ଖେଳାଳିମାନଙ୍କୁ ଆରଟି-ପିସିଆର ଟେଷ୍ଟ କରାଇ ରିପୋର୍ଟ ଦାଖଲ କରିବା ପାଇଁ କହିଥିଲା । ଫଳରେ ଖେଳାଳିଙ୍କ ସମତେ ଅନ୍ୟମାନେ ଏଥିନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ବିସିସିଆଇର ଦୋହରା ମାପଦଣ୍ଡକୁ ସମାଲୋଚନା କରିଥିଲେ । ମଙ୍ଗଳବାର ବିସିସିଆଇ ମହିଳା ଖେଳାଳିମାନଙ୍କଚ ଘରେ ଆରଟି-ପିସିଆର ଟେଷ୍ଟ ଏବଂ ଯିବା ଆସିବା ପାଇଁ ଚାର୍ଟଡ ପ୍ଲେନର ବ୍ୟବସ୍ଥା କରାଇଛି ।

Leave A Reply

Your email address will not be published.