Latest Odisha News

BREAKING NEWS

ଡ୍ରାଭିଡ, କୁମ୍ବଲେ ଓ ଗାଙ୍ଗୁଲିଙ୍କୁ ପଛରେ ପକାଇଲେ ମହିଳା କ୍ରିକେଟର ମିଥାଲୀ, ଝୁଲଣ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର ୨ ଷ୍ଟାର ଖେଳାଳି ମିଥାଲୀ ରାଜ ଏବଂ ଝୁଲଣ ଗୋସ୍ୱାମୀ ଇଂଲଣ୍ଡ ବିପକ୍ଷ ସିରିଜରେ ସର୍ବାଧିକ ମ୍ୟାଚ ଖେଳିବାରେ ପୁରୁଷ ଦଳର ମହାନ ଖେଳାଳି ସୌରଭ ଗାଙ୍ଗୁଲି, ଅନୀଲ କୁମ୍ବଲେ ଓ ରାହୁଲ ଡ୍ରାଭିଡଙ୍କୁ ପଛରେ ପକାଇ ଦେଇଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କେବଳ ତାଙ୍କଠାରୁ ଆଗରେ ରହିଛନ୍ତି ।

ମିଥାଲୀ ଓ ଝୁଲଣ ୨୦୦୨ରେ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । କ୍ରମାଗତ ୧୯ ବର୍ଷ ୧୫୪ ଦିନ ସେମାନେ ମ୍ୟାଚ ଖେଳି ଆସୁଛନ୍ତି । ମହିଳା କ୍ରିକେଟରଙ୍କ ମଧ୍ୟରେ ତାଙ୍କଠାରୁ ନ୍ୟୁଜିଲାଣ୍ଡର ଭେରା ବର୍ଟ (୨୦ ବର୍ଷ ୩୩୫ ଦିନ) ଏବଂ ଇଂଲଣ୍ଡର ମ୍ୟାରୀ ହାଇଡ (୧୯ ବର୍ଷ ୨୨୧ ଦିନ) ଆଗରେ ଅଛନ୍ତି । ଟିମ୍ ଇଣ୍ଡିଆର କୁମ୍ବଲେ ୧୮ ବର୍ଷ ୮୮ ଦିନ, ଡ୍ରାଭିଡ ୧୫ ବର୍ଷ ୨୨୨ ଦିନ, ଗାଙ୍ଗୁଲି ୧୨ ବର୍ଷ ୧୪୩ ଦିନ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି ।

Comments are closed.