Latest Odisha News

BREAKING NEWS

ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଓ୍ବାଇ ପ୍ଲସ୍‌ ସୁରକ୍ଷା

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଲା ଓ୍ବାଇ ପ୍ଲସ ସୁରକ୍ଷା। ମିଥୁନ ଚକ୍ରବର୍ତ୍ତୀଙ୍କୁ ଓ୍ବାଇ ପ୍ଲସ୍‌ ସୁରକ୍ଷା ଯୋଗାଇ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ନିକଟରେ ବିଜେପିରେ ସାମିଲ ହେବା ପରେ ମିଥୁନଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯାଇଛି ।

BjdElectrycity

ଏହି ଓ୍ବାଇ ପ୍ଲସ୍ ସୁରକ୍ଷା ବ୍ୟବସ୍ଥାରେ ଆର୍ମଡ୍‌ ପୋଲିସର ୧୧ କମାଣ୍ଡୋଙ୍କୁ ମୁତୟନ କରାଯାଇଥାଏ । ଏଥିରେ ୫୮ ଜଣ ଯବାନ ଭିଆଇପିଙ୍କ ସୁରକ୍ଷା ପାଇଁ ଘର ପାଖରେ ସଜାଗ ହୋଇ ରହିଥାନ୍ତି । ଏହାସହ ୬ ଜଣ ପିଏସଓ ତିନୋଟି ସିଫ୍ଟରେ ସୁରକ୍ଷା ଯୋଗାଇ ଦିଅନ୍ତି ।

ବିଜେପିରେ ଯୋଗଦେଇ ମିଥୁନା ନିଜକୁ ଗୋଖର ବୋଲି କହିବା ସହ ଗୋଟିଏ ଚୋଟ ପର୍ଯ୍ୟାପ୍ତ ବୋଲି କହିଥିଲେ । ବିଜେପିରେ ମିଶିବା ପରେ ସେ ଉପସ୍ଥିତ ଜନତାଙ୍କୁ ଏପରି କହିଥିଲେ। ମିଥୁନଙ୍କ ପୂର୍ବରୁ ପଶ୍ଚିମବଙ୍ଗରେ ୬୦ ଜଣ ନେତାଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏକ୍ସ ଏବଂ ଓ୍ବାଇ କ୍ୟାଟେଗୋରି ସୁରକ୍ଷା ପ୍ରଦାନ କରିସାରିଛି । ଏ ସମସ୍ତ ସୁରକ୍ଷା କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କେବଳ ଗୋଟିଏ ମାସରେ ପଶ୍ଚିମବଙ୍ଗ ନେତାଙ୍କୁ ଦିଆଯାଇଛି ।

Leave A Reply

Your email address will not be published.