Latest Odisha News

BREAKING NEWS

ବାଲୁକା କଳା ଜରିଆରେ ଶିବରାତ୍ରୀର ଶୁଭେଚ୍ଛା ଜଣାଇଲେ ମାନସ ସାହୁ

ପୁରୀ: ବାଲୁକା କଳା ମାଧ୍ୟମରେ ମହାଶିବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ । କୈଳାସ ପର୍ବତରେ ହର ହର ମହାଦେବ ଧ୍ୟାନ ମୁଦ୍ରାରେ ଥିବା ଦେଖିବାକୁ ମିଳିଛି । ନିକଟରେ ଏକ ଲିଙ୍ଗ ମଧ୍ୟ ରହିଛି । ଏଥିରେ ମହାଶିବରାତ୍ରୀର ଶୁଭେଚ୍ଛା ଲେଖାଯିବା ସହ ହେ ପ୍ରଭୁ ଆମକୁ ଏଇ କରୋନାରୁ ରକ୍ଷା କର ଏପରି ଲେଖାଯାଇଛି ।

ଏହି ବାଲୁକା କଳାଟି ୧୫ ଫୁଟ୍ ଚଉଡାର ହୋଇଥିବା ବେଳେ ଏହାକୁ ନିର୍ମାଣ କରିବା ପାଇଁ ପ୍ରାୟ ୧୫ କ୍ୱିଣ୍ଟାଲ ବାଲି ଲାଗିଛି । ବେଳାଭୂମିରେ ଶିବଶମ୍ଭୁଙ୍କ ଏହି ବାଲୁକା କଳା ଦେଖିବା ପାଇଁ ଭିଡ ଲାଗୁଛି ।

Leave A Reply

Your email address will not be published.