Latest Odisha News

BREAKING NEWS

ମିଥୁନଦା ନିର୍ବାଚନ ଲଢ଼ିବେ ନାହିଁ !

କୋଲକାତା: ଆଗାମୀ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ପକ୍ଷରୁ ମିଥୁନ ଚକ୍ରବର୍ତିଙ୍କ ଲଢ଼ିବା ସମ୍ଭାବନା କ୍ଷୀଣ ହେବାରେ ଲାଗିଛି । ମଙ୍ଗଳବାର ବିଜେପି ଅନ୍ତିମ ପର୍ଯ୍ୟାୟ ୧୩ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ରାସବିହାରୀ କିମ୍ବା କାଶୀପୁର-ବେଲଗଛିଆ ଆସନରୁ ମିଥୁନ ଲଢ଼ିବେ ବୋଲି ଆଶା କରାଯାଉଥିଲା । ମାତ୍ର ଏହି ସିଟରେ ବିଜେପି ସୁବ୍ରତ ଶାହା ଓ ଶିବାଜୀ ସିହ୍ନା ରାୟଙ୍କୁ ଟିକେଟ ଦେଇଛି ।

ତେବେ ଅନ୍ୟ ଏକ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଦକ୍ଷିଣ କୋଲକାତାର ଏକ ସମ୍ମାନଜନକ ସିଟରୁ ମିଥୁନ ଛିଡା ହୋଇପାରନ୍ତି । ଏ ପର୍ଯ୍ୟନ୍ତ ବିଜେପି କିମ୍ବା ମିଥୁନଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଆସି ନାହିଁ । ଟିଏମସି ହାତରୁ ଗଣତନ୍ତ୍ର ବିଧିରେ ସରକାର ଛଡାଇ ନେବା ନିମନ୍ତେ ବିଜେପି ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛି । ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ମିଥୁନ ବିଜେପିରେ ମିଶିଥିଲେ ।

Leave A Reply

Your email address will not be published.