Latest Odisha News

ରାଜ୍ୟ ସରକାରଙ୍କ କରୋନା କଟକଣା

ଭୁବନେଶ୍ବର : ମହାମାରୀ କରୋନା ସଂକ୍ରମଣ ପାଇଁ ବଢ଼ିଲାଣି ଚିନ୍ତା । ସଂକ୍ରମଣ କିପରି ନବ୍ୟାପିବ, ଏଥିପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର । ଏଣିକି ବିବାହ ଉତ୍ସବରେ ଲୋକସଂଖ୍ୟା କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ବିବାହ କାର୍ଯ୍ୟରେ ୫୦୦ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଥିବା ବେଳେ, ଏହାକୁ ୨୦୦କୁ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ଆସନ୍ତା ୨୬ ତାରିଖରୁ ଏହି ନୂଆ କଟକଣା ଲାଗୁ ହେବ ।

ସେହିପରି ଦଶାହ ଓ ଶୁଦ୍ଧିକ୍ରିୟାରେ ୫୦ ଜଣଙ୍କୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ବାହାଘର ଓ ଶୁଦ୍ଧିକାର୍ଯ୍ୟରେ ମାସ୍କ ପିନ୍ଧିବାକୁ କଡ଼ାକଡ଼ି କରାଯିବ । ଏହି ନିୟମକୁ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ସଂକ୍ରମିତ ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି କଟକଣା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କରୋନା ସ୍ଥିତି ନେଇ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିଥିଲେ ।

Leave A Reply

Your email address will not be published.