ନୂଆଦିଲ୍ଲୀ: ଭାରତରେ କୋଭିଡ ସଂକ୍ରମଣର ତୃତୀୟ ତରଙ୍ଗ ଦ୍ବିତୀୟ ଭଳି ଭୟଙ୍କର ହେବାର ସମ୍ଭାବନା ନାହିଁ ବୋଲି ଏମ୍ସ ମୁଖ୍ୟ ଡ. ରଣଦୀପ ଗୁଲେରିଆ ଆଜି କହିଛନ୍ତି। କିନ୍ତୁ ଭୂତାଣୁ କବଳକରୁ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି ଏମ୍ସ ମୁଖ୍ୟ।
ଡ ଗୁଲେରିଆ କହିଛନ୍ତି ଯେ ଅନ୍ୟ ଦେଶରେ ଅଧ୍ୟୟନ କରାଯାଇଛି ଯେ ଯେଉଁଠାରେ ଆଷ୍ଟ୍ରାଜେନେକା ଏବଂ ଫାଇଜର ଟିକା ମିଶ୍ରିତ ପ୍ରଭାବ ସକାରାତ୍ମକ ଫଳ ପ୍ରଦାନ କରିଛି।
ତେବେ ଭାରତରେ ଏଥିପାଇଁ ଆହୁରି ଅଧ୍ୟୟନର ଆବଶ୍ୟକ ରହିଛି। “ପ୍ରାରମ୍ଭିକ ଅଧ୍ୟୟନରୁ ଏହା ଜଣାପଡିଛି ଯେ ଏହା ଏକ ବିକଳ୍ପ ହୋଇପାରେ, ଦୁଇଟି ମିଶ୍ରିତ ଟିକା ରୋଗ ପ୍ରତିରୋଧକ ଶକ୍ତିରେ ଉନ୍ନତି ଆଣିପାରେ, କିନ୍ତୁ ଆମକୁ ଅଧିକ ତଥ୍ୟ ଦରକାର ବୋଲି କହିଛନ୍ତି ଡା. ଗୁଲେରିଆ।
Comments are closed.