Latest Odisha News

BREAKING NEWS

ଆମ୍ବର ଦାମ୍‌ ୨.୭ ଲକ୍ଷ!

ଭୋପାଳ: ମଧ୍ୟପ୍ରଦେଶର ଜଣେ ଦମ୍ପତି ସେମାନଙ୍କର ଆମ୍ବ ବଗିଚାକୁ ସୁରକ୍ଷା ଦେବା ପାଇଁ ପ୍ରାୟ ଏକ ଡଜନ ସୁରକ୍ଷା କର୍ମୀ ଏବଂ କୁକୁରଙ୍କୁ ନିୟୋଜିତ କରିଛନ୍ତି। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ବଗିଚାରେ କେବଳ ଦୁଇଟି ଆମ୍ବ ଗଛ ଅଛି। ଏହି ୨ଟି ଆମ୍ବ ଗଛକୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇଦେବା ଲାଗି ଦମ୍ପତି ଉଚ୍ଚସ୍ତରୀୟ ସୁରକ୍ଷା ଯୋଗାଇ ଦେଇଛନ୍ତି।

ତେବେ ଏହି ଦୁଇଟି ଆମ୍ବ ଗଛ ଅନ୍ୟ ଆମ୍ବ ପରି ନୁହେଁ। ଏହା ହେଉଛି ଜାପାନୀ ମିୟାଜାକି ଆମ୍ବ। ଯାହାର ମୂଲ୍ୟ ପ୍ରାୟ ୨.୭୦ ଲକ୍ଷ। ଅନ୍ତର୍ଜାତୀୟ ବଜାରରେ ଏହା କିଲୋଗ୍ରାମ ପିଛା ପ୍ରାୟ ୨.୭୦ ଲକ୍ଷ ଟଙ୍କାରେ ବିକ୍ରି ହୁଏ।

ମିୟାଜାକି ଆମ୍ବକୁ ଦୁନିଆର ସବୁଠାରୁ ମହଙ୍ଗା ଆମ୍ବ ବୋଲି କୁହାଯାଏ। ବାଂଲାଦେଶ, ଇଣ୍ଡୋନେସିଆ, ଫିଲିପାଇନ୍ସ ସମେତ ଅଳ୍ପ କିଛି ଦେଶରେ ଏହା ମିଳିଥାଏ। ଏହା ଜାପାନର ମିୟାଜାକିରେ ତାଇୟୋ-ନୋ-ଟୋମାଗୋ ଭାବରେ ମଧ୍ୟ ଜଣାଶୁଣା।

ଏହି ଆମ୍ବର ଆକୃତି ଅଣ୍ଡା ସଦୃଶ ହୋଇଥାଏ। ଏହାର ରଙ୍ଗ ଲାଲ୍‌ ହୋଇଥାଏ। ଅନ୍ୟ ଆମ୍ବ ଅପେକ୍ଷା ଏଥିରେ ଚିନି ପରିମାଣ ପ୍ରାୟ ୧୫ ପ୍ରତିଶତ ଅଧିକ ରହିଥାଏ।

Leave A Reply

Your email address will not be published.