ରାଉରକେଲା: ସୁନ୍ଦରଗଡର ଲୁଲକିଡିହି-ବାହାମିନିବାହଲର ବାଲିସଙ୍କରା ବ୍ଲକର ଦୀପଗ୍ରେସ ଏକ୍କା ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା ହକି ଦଳରେ ସ୍ଥାନ ପାଇଁ ଓଡିଶାକୁ ଗୌରାବନ୍ୱିତ କରିଛନ୍ତି । ଓଡିଶାର ପ୍ରଥମ ମହିଳା ଭାବେ ସେ ୨ଟି ଅଲିମ୍ପିକ୍ସ ଖେଳିବାକୁ ଯାଉଛନ୍ତି । ଏହା ପୂର୍ବରୁ କେବଳ ପୁରୁଷ ଖେଳାଳିଙ୍କ ମଧ୍ୟରେ ଜାତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ୩ଟି ଅଲିମ୍ପିକ୍ସ ଖେଳିଛନ୍ତି । ତେବେ ଲୁଲକିଡିହି-ବାହାମିନିବାହଲରୁ ଟୋକିଓ ଗସ୍ତ ଦୀପଗ୍ରେସ ଏତେଟା ସହଜ ନ ଥିଲା । ରିଓ ଅଲିମ୍ପିକ୍ସ ଭାରତୀୟ ମହିଳା ହକି ଦଳର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ୪ଟି ପରାଜୟ ଏବଂ ଗୋଟିଏ ଡ୍ର ସହ ଦଳ ପଂଏଟ ଟେବୁଲର ଶେଷ ସ୍ଥାନରେ ରହିଥିଲା । ଏଥର କିନ୍ତୁ ଭାରତ ଟୋକିଓରେ ଭଲ ପ୍ରଦର୍ଶନ କରିବ ବୋଲି ଷ୍ଟାର ଡିଫେଣ୍ଡର ଦୀପଗ୍ରେସ କହିଛନ୍ତି । ଏଥର ଆମ ନିକଟରେ ପ୍ରଚୁର ଅଭିଜ୍ଞତା ରହିଛି । ଏହାର ଫାଇଦା ନିଶ୍ଚିତ ଉଠାଇବୁ ।
ପିଲାବେଳ: ଚାର୍ଲସ ଏବଂ ଜୟମଣି ଏକ୍କାଙ୍କ ୫ ସନ୍ତାନ ମଧ୍ୟରେ ସାନ ଥିଲେ ଦୀପଗ୍ରେସ । ୧୨ ବର୍ଷ ପର୍ଯ୍ୟନ୍ତ ହେ ହକି ଷ୍ଟିକ ଧରିବା ଶିଖି ନ ଥିଲେ । ୨୦୦୬ରେ ସୁନ୍ଦରଗଡ ସ୍ପୋର୍ଟ୍ସ ହଷ୍ଟେଲରେ ଯୋଗ ଦେଇଥିଲେ । ଏହା ପରେ ସେଠାରେ ଥିବା ସାଇ ସେଂଟରକୁ ଯାଇଥିଲେ । ୨୦୦୭ରୁ ୨୦୧୦ ମଧ୍ୟରେ ସବୁ କିଛି ବଦଳିଗଲା । ଗ୍ରେସଙ୍କ ସମ୍ପର୍କୀୟ ତଥା ତାଙ୍କର ପ୍ରଥମ କୋଚ ତେଜ କୁମାର ଖେସ୍ଙ୍କ ସଂସ୍ପର୍ଶରେ ଆସିବା ପରେ ସେ ରାଜ୍ୟ ସରକାରଙ୍କ କ୍ରୀଡା ପ୍ରତିଭା ଚୟନ ସ୍କିମରେ ମନୋନୀତ ହୋଇଥିଲେ । ସାଇ କୋଚ ଲୁସିଲା ଏକ୍କା ଓ ପିକେ ଷଡଙ୍ଗୀଙ୍କ ପ୍ରଶିକ୍ଷଣରେ ସେ ଜଣେ ଭଲ ଖେଳାଳି ପାଲଟିଗଲେ । ପ୍ରଥମେ ହଷ୍ଟେଲ ଏବଂ ପରେ ରାଜ୍ୟ ଟିମ ପକ୍ଷରୁ ଖେଳିଲେ । କ୍ରମାଗତ ଭଲ ପ୍ରଦର୍ଶନ ଯୋଗୁ ୨୦୧୧ରେ ୧୮ ବର୍ଷରୁ ଏସିଆ କପ ଟିମରେ ତାଙ୍କୁ ଚୟନ କରାଗଲା । ଭାରତ ବ୍ରୋଞ୍ଜ ପଦକ ଜିତିବା ପରେ ଦୀପଙ୍କୁ ଆର୍ଜେଂଟିନା ଗସ୍ତରେ ଯାଇଥିବା ସିନିୟର ଟିମରେ ସୁଯୋଗ ଦିଆଗଲା ।
ସଫଳତା: ଏଫଆଇଏଚ ଜୁନିୟର ମହିଳା ହକି ବିଶ୍ୱକପ ୨୦୧୩ (ଜର୍ମାନୀ)ରେ ଭାରତ ଐତିହାସିକ ପ୍ରଦର୍ଶନ କରି ପ୍ରଥମ ବ୍ରୋଞ୍ଜ ପଦକ ଜିତିଥିଲା । ଦୀପଙ୍କ ଏଥବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଇତି ମଧ୍ୟରେ ଏହି ୨୭ ବର୍ଷୀୟ ଖେଳାଳିଜଣକ ୨୦୦ରୁ ଅଧିକ ଆନ୍ତର୍ଜାତୀୟ ମ୍ୟାଚରେ ଖେଳି ସାରିଗଲେଣି । ଏହା ମଧ୍ୟ ୨ଟି ରାଜ୍ୟଗୋଷ୍ଠୀ କ୍ରୀଡା(ଗ୍ଲାସଗୋ ୨୦୧୪, ଜାକାର୍ତା ୨୦୧୮), ୨ଟି ଏସିଆନ ଗେମ୍ସ( ଇନଚିଓନ ୨୦୧୪, ଜାକର୍ତା ୨୦୧୮) ଓ ରିଓ ଅଲିମ୍ପିକ୍ସ(୨୦୧୬) ସାମିଲ ।
ସମ୍ମାନ, ପୁରସ୍କାର: ଦୀପ ୨୦୨୦ରେ ବିଜୁ ପଟ୍ଟନାୟକ ଆୱାର୍ଡ ପାଇଥିଲେ । ଏହା ପରେ ସ୍ପୋର୍ଟ୍ସଷ୍ଟାର ଏସେସ ୨୦୧୯ରେ ସ୍ପୋର୍ଟ୍ସ ଓମ୍ୟାନ ଅଫ ଦି ଇୟର ବିବେଚିତ ହୋଇଥିଲେ । ମୁମ୍ବାଇରେ ୱେଷ୍ଟର୍ଣ୍ଣ ରେଲୱେରେ କାର୍ଯ୍ୟ କରୁଥିବା ଦୀପଙ୍କ ଗୋଟିଏ ସ୍ୱପ୍ନ ଅଲିମ୍ପିକ ପଦକ ବିଜେତା ଭାରତୀୟ ଟିମରେ ସ୍ଥାନ ପାଇବା ।
BREAKING NEWS
- Redeveloped Kalinga Studio:ପୁନର୍ବିକଶିତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡିଓ’ର ଭବ୍ୟ ଲୋକାର୍ପଣ;ରହିଛି ସ୍ନୋ-ହାଉସ୍ ସହ ଏହି ସମସ୍ତ ବ୍ୟବସ୍ଥା
- Nigeria military aircraft: ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ; ୩୨ ଜଣଙ୍କୁ ନେଇ ଯାଉଥିଲା…
- ରଣଜୀ ଟ୍ରଫି: ଓଡିଶା ଦଳ ଘୋଷଣା, ଶୁଭ୍ରାଂଶୁଙ୍କୁ ପୂନର୍ବାର ଅଧିନାୟକ ଦାୟିତ୍ୱ
- Passenger carrying precious stones:କଷ୍ଟମ୍ସ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ;ବ୍ୟାଙ୍କକରୁ କୋଟିକୋଟି ମୂଲ୍ୟର ମୂଲ୍ୟବାନ ପଥର ଆଣୁଥିବା ଯାତ୍ରୀ ଗିରଫ
- ଭାଇରାଲ ହେଉଛି ଗିଲଙ୍କ ମଜାଦାର ବୟାନ
- ଅପେକ୍ଷାର ଘଟିବ ଅନ୍ତ: ଖୁବଶୀଘ୍ର ହେବ SI ପଦବୀ ଲାଗି ସାନି ପରୀକ୍ଷା
- Suspicious death of film director:ହୋଟେଲ୍ ରୁମ୍ରୁ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଉଦ୍ଧାର
- ଏଲଏ୨୮ ଅଲିମ୍ପିକ୍ସ ପାଇଁ ହାଙ୍ଗଝୋଉ ଅପେକ୍ଷା ଆଇଚି-ନାଗୋୟା ଏସୀୟ କ୍ରୀଡ଼ା ଭାରତ ପାଇଁ ଅଧିକ ସଫଳ
- ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଏକାସାଙ୍ଗରେ ବଛାଯିବ ୪ଟି ଭାରତୀୟ ଦଳ; ସିଲେକ୍ଟରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ
- ଖଲ୍ଲିକୋଟ କଲେଜ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା: ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ଥାନାରେ ୯ ଅଟକ

Comments are closed.