Latest Odisha News

BREAKING NEWS

ମିଜୋରାମ ବିଧାନସଭା ନିର୍ବାଚନ: ଜବରଦସ୍ତ ଆଗଉଛି ଜେଡପିଏମ, ୩ ନମ୍ବରରେ କଂଗ୍ରେସ

ଆଇଜଲ:ମିଜୋରାମରେ ଚାଲିଛି ଭୋଟ ଗଣତି । ଗଣତି ଆରମ୍ଭରେ ଜୋରମ ପିପୁଲ୍ସ ପାର୍ଟି ଯଥେଷ୍ଟ ଆଗରେ ଥିବା ଦେଖିବାକୁ ମିଳୁଛି । କ୍ଷମତାରେ ଥିବା ମିଜୋ ନାଶନାଲ ଫ୍ରଣ୍ଟ ଯଥେଷ୍ଟ ପଛରେ ପଡି ଯାଇଛି । ଏଠାରେ କଂଗ୍ରେସ ତିନି ନମ୍ବରରେ ଅଛି ।

ଚାରି ରାଜ୍ୟର ଭୋଟ ଗଣତି ଗତକାଲି ଶେଷ ହୋଇଥିଲାବେଳେ ମିଜୋରାମରେ ଆଜି ଆରମ୍ଭ ହୋଇଛି ଭୋଟ ଗଣତି । ରବିବାର ମିଜୋରାମ ଲୋକମାନେ ନିଜକୁ ପୂଜାରେ ସମ୍ପୂର୍ଣ୍ଣ ସମର୍ପିତ କରିଦିଅନ୍ତି । ତେଣୁ ମିଜୋରାମବାସୀଙ୍କ ଅନୁରୋଧ କ୍ରମେ ଭୋଟ ଗଣତିକୁ ରବିବାର ଦିନ ବାତିଲ କରିଥିଲେ ଇଲେକ୍ସନ କମିଶନର ।

ମିଜୋରାମରେ ଏମଏନଏଫ ବା ମିଜୋରାମ ନାଶନଲା ଫ୍ରଣ୍ଟ କ୍ଷମତାରେ ଅଛି ।ମୁଖ୍ୟମନ୍ତ୍ରୀ ଜୋରାମନ୍ଥାଗା ପୁଣି ଥରେ କ୍ଷମତାକୁ ଆସିବା ପାଇଁ ଜୋର ଦାର ଲାଗିପଡିଛନ୍ତି । ସେପଟେ ଜେଡପିଏମ ୫ ବର୍ଷ ପରେ ପୁଣି କ୍ଷମତାକୁ ଫେରିବାର ଆଶା ରଖିଛି । ଏକ୍ଜିଟ ପୋଲ ଅନୁସାରେ ଜେଡପିଏମ ଏଠାରେ ବିଜୟ ଲାଭ କରିବ ବୋଲି ଆକଳନ କରାଯାଉଥିଲା । ଆଉ ତାହା ଠିକ ପ୍ରମାଣିତ ବି ହୋଇଛି ।

ବର୍ତ୍ତମାନ ସୁଦ୍ଧା ଆସିଥିବା ଫଳାଫଳକୁ ଦେଖିଲେ ଯାହା ଜଣଯାଏ,  ଏଠାରେ ସରକାର ବିରୋଧୀ ଲହର ଦେଖିବାକୁ ମିଳିଛି ।   ଲାଲଦୁହୋମାଙ୍କ ନେତୃତ୍ୱରେ ଜେଡପିଏମର ଜବରଦସ୍ତ ଆଗଉଛି । ବର୍ତ୍ତମାନ ସୁଦ୍ଧା ଜେଡପିଏମ ୨୯ ଆସନରେ ଆଗେଇଥିବେଳେ ଏମଏନଏଫ ୭ଟି ଆସନରେ ଆଗେଇଛି  । କଂଗ୍ରେସ ଗୋଟିଏ ସିଟରେ ଆଗେଇଥିବାବେଳେ ୩ଟି ଆସନରେ ଅନ୍ୟାନ୍ୟ ଆଗେଇଛନ୍ତି ।

Leave A Reply

Your email address will not be published.