Latest Odisha News

BREAKING NEWS

ଶୀତକାଳୀନ ଅଧିବେଶ ପୂର୍ବରୁ ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ ହାରିବାର କ୍ଷୋଭ ସଂସଦରେ ବାହାର କରନ୍ତୁ ନାହିଁ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ  । ଅଧିବେଶନ ଆରମ୍ଭରୁ ମିଡିଆକୁ ଏକ ସାକ୍ଷାତ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ବିଶେଷ କରି ବିରୋଧୀଙ୍କ ଉଦ୍ଦେଶ୍ୟରେ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଦେଇଛନ୍ତି । ନକାରାତ୍ମକ ଭାବନାକୁ ଦେଶ ପ୍ରତ୍ୟାଖ୍ୟାନ କରିଛି ବୋଲି କହି ବିରୋଧୀ କଂଗ୍ରେସକୁ କଟାକ୍ଷ କରିଛନ୍ତି ମୋଦି ।

ବିରୋଧୀ ଦଳଙ୍କ ପରାଜୟକୁ ଲକ୍ଷ୍ୟ କରି ମୋଦି କହିଥିଲେ, ନିର୍ବାଚନରେ ଯେଉଁମାନେ ହାରିଗଲେ ସେମାନେ ହାରବାର କ୍ଷୋଭ ସଂସଦରେ ବାହାର ନ କରନ୍ତୁ । ସଂସଦରେ ବିରୋଧୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ମତ ଦେଇ କହିଥିଲେ, ଗଣତନ୍ତ୍ରରେ ପକ୍ଷ ଏବଂ ବିପକ୍ଷ ଉଭୟଙ୍କ ମହତ୍ୱ ସମାନ । ତେଣୁ ବିରୋଧୀ ସଂସଦ ଅଧିବେଶନକୁ ଠିକ ଭାବେ ଚଳାଇବାକୁ ଅନୁରୋଧ କରିଛନ୍ତି । ସେତିକି ନୁହେଁ, ରାଜନୈତିକ ବିଶ୍ଳେଷକଙ୍କୁ ମଧ୍ୟ ବିଧାନସଭା ନିର୍ବାଚନକୁ ସକାରାତ୍ମକ ଭାବେ ପରିବେଷଣ କରିବା ପାଇଁ ଅନୁରୋଧ କରିଛନ୍ତି ।

ମୋଦି ଆହୁରି କହିଥିଲେ, ଜନତା ବିଜେପି ପ୍ରତି ଆସ୍ଥା ପ୍ରକଟ କରିଛନ୍ତି । ତେବେ ନିର୍ବାଚନ ଫଳାଫଳ ଗୋଟିଏ କଥା ପ୍ରମାଣିତ କରିଛି, ଦେଶ ନକାରାତ୍ମକତାକୁ ପ୍ରତ୍ୟାଖ୍ୟାନ କରିଛି । ଲୋକଙ୍କ ଆକାଂକ୍ଷାକୁ ମଜବୁତ କରିବା ପାଇଁ ଲୋକତନ୍ତ୍ର ମନ୍ଦିର ଅର୍ଥାତ ସଂସଦ ଏକ ମହତ୍ୱପୂର୍ଣ୍ଣ ମଞ୍ଚ ଅଟେ । ତେଣୁ ସବୁ ସଦସ୍ୟ ପୂର୍ଣ୍ଣ ପ୍ରସ୍ତୁତି ସହ ଆସନ୍ତୁ ଏବଂ ସଂସଦରେ ଆଗତ ବିଧେୟକ ଉପରେ ଗଭୀର ଚର୍ଚ୍ଚା କରନ୍ତୁ ।

ମୋଦି ଆହୁରି କହିଥିଲେ, ଦେଶରେ ଥଣ୍ଡା ଧୀରେ ଧୀରେ ବଢୁଛି । ହେଲେ ରାଜନୈତିକ ଉଷ୍ମତା ଜୋରଦାର ବଢୁଛି । ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବେଶ ଉତ୍ସାହଜନକ । ଏହା ଦେଶର ଭବିଷ୍ୟତକୁ ନିଶ୍ଚିତ କରିପାରୁଥିବା ପରିଣାମ ବୋଲି ମୋଦି କହିଛନ୍ତି । ତେଣୁ ସାଂସଦମାନେ ସକାରାତ୍ମ ବିଚାର ନେଇ ସଂସଦକୁ ଆସିବା ପାଇଁ ମୋଦି ସମସ୍ତ ସାଂସଦଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.