Latest Odisha News

BREAKING NEWS

ଡାକ୍ତରଙ୍କୁ ହାତ ଉଠାଇବା ଘଟଣା : ଝିଅର ଭୁଲ ପାଇଁ କ୍ଷମା ମାଗିଲେ ମିଜୋରମ ମୁଖ୍ୟମନ୍ତ୍ରୀ

ଗୌହାଟୀ: ଝିଅର ଭୁଲ ପାଇଁ ଶେଷରେ ମିଜୋରମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ସୋସିଆଲ ମିଡିଆରେ ଏବଂ ସର୍ବ ସାଧାରଣରେ କ୍ଷମା ମାଗିଛନ୍ତି । ଆଇଜଲର ଏକ କ୍ଲିନିକରେ ବିନା ଆପଏଂଟମେଂଟରେ ଜଣେ ଡାକ୍ତର ଚିକିତ୍ସା କରିବା ପାଇଁ ମନା କରିବାରୁ ଜୋରାମଥାଙ୍ଗାଙ୍କ ଝିଅ ମିଲାରୀ ଚାଙ୍ଗଟ୍ଟେ ତାଙ୍କ ଉପରକୁ ହାତ ଉଠାଇଥିଲେ । ଏହି ଭିଡିଓ ସୋସିଆଲ ସାଇଟରେ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଭିଡିଓରେ ଅନ୍ୟମାନେ ତାଙ୍କୁ ଛଡାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଇଣ୍ଡିଆନ ମେଡିକାଲ ଆସୋସିଏଶନର ମିଜୋରମ ୟୁନିଟ ଏହି ଘଟଣାକୁ କଡା ନିନ୍ଦା କରିବା ସହ କଳା ବ୍ୟାଜ ପିନ୍ଧିଥିଲେ । ବିଭିନ୍ନ ମହଲରୁ ଚାପ ପଡିବା ପରେ ଜୋରାମଥାଙ୍ଗା ତାଙ୍କ ଇନଷ୍ଟାଗ୍ରାମ ଆଂକାଉଟ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଥିଲେ । ଏପରିକି ଏହି ଘଟଣାକୁ ସେ କୌଣସି ମୋତେ ଘୋଡେଇବାକୁ ଚେଷ୍ଟା କରୁ ନାହାନ୍ତି ବୋଲି କହିଥିଲେ । ମୋ ଝିଅ ଭୁଲ କରିଛି ଏବଂ ମୁଁ ଆପଣମାନଙ୍କୁ କ୍ଷମା ମାଗିଛୁ ବୋଲି ହାତଲେଖା ନୋଟରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.