Latest Odisha News

BREAKING NEWS

କାହା ହାତରେ ରହିବ ମିଜୋରାମର ଶାସନ ଭାର, ଆରମ୍ଭ ହେଲା ଭୋଟ୍ ଗଣତି

ମିଜୋରାମ: କିଏ ମାରିବ ବାଜି । କାହା ହାତରେ ରହିବ ମିଜୋରାମର ଶାସନ ଭାର । ଆଜି ଆସିବ ମିଜୋରାମର ନିର୍ବାଚନ ଫଳାଫଳ । ଆରମ୍ଭ ହେଲା ମିଜୋରାମର ବିଧାନସଭା ନିର୍ବାଚନ ଭୋଟ୍ ଗଣତି । ପ୍ରଥମେ ହେଉଛି ପୋଷ୍ଟାଲ୍ ବାଲାଟ୍ ଭୋଟ୍ ଗଣତି । ୮.୩୦ ରୁ ହେବ ଇଭିଏମ୍ ଗଣନା ।
ଗତ ୭ ନଭେମ୍ବରରେ ମିଜୋରାମର ୪୦ ବିଧାନସଭା ସିଟ ପାଇଁ ମତଦାନ ହୋଇଥିଲା । ଗୋଟେପଟେ ଏମଏନଏଫ ପୁନର୍ବାର ଇତିହାସ ଦୋହରାଇବା ପ୍ରଚେଷ୍ଟା କରିଥିବା ବେଳେ ଅନ୍ୟପଟେ ୫ ବର୍ଷ ପରେ ନିଜ ସତ୍ତାକୁ ପୂନର୍ବାର ଆସିବା ପାଇଁ ଜୋରଦାର ବଳ ପ୍ରୟୋଗ କରିଛି କଂଗ୍ରେସ । ମିଜୋରାମର ମୋଟ ୮.୫୨ ଲକ୍ଷ ଭୋଟରଙ୍କ ମଧ୍ୟରୁ ୮୦.୬୬% ଭୋଟର ୧୭୪ ଜଣ ପାର୍ଥୀଙ୍କ ଭାଗ୍ୟ ସ୍ଥିର କରିବାକୁ ଗତ ୭ ନଭେମ୍ବରରେ ମତଦାନ ଦେଇଥିଲେ ।

ମିଜୋରାମର ରାଜଧାନୀ ଆଇଜୋଲରେ ଡେପୁଟି କମିଶନରଙ୍କ କାର୍ଯ୍ୟାଳୟ ପରିସରରେ ଭୋଟ୍ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗଣନା ଆରମ୍ଭ ହେବାର ପ୍ରଥମ ଏକ ଘଣ୍ଟାରେ ମିଜୋରାମରେ କେଉଁ ଦଳର ସଂଖ୍ୟା ଗରିଷ୍ଠତା ଅଧିକ ତାହା ଦେଖି ଏକ ପ୍ରକାର ବିଜୟର ଅନୁମାନ କରାଯିବ । ମିଜୋରାମର ମୁଖ୍ୟମନ୍ତ୍ରୀ ଏବଂ ମିଜୋ ନ୍ୟାସନାଲ ଫ୍ରଣ୍ଟ (MNF) କ୍ଷମତାକୁ ଫେରିବାକୁ ଦାବି କରିଥିବାବେଳେ ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେପିଏମ) କହିଛି ଯେ ଲୋକମାନେ ଏଥର ସେମାନଙ୍କୁ ଚୟନ କରିବେ । ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଗଣାଯିବ ଏବଂ ସକାଳ ୮.୩୦ ରୁ ଇଭିଏମ ଭୋଟ୍ ଗଣାଯିବ ବୋଲି ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଏଚ୍ ଲିଆନଜେଲା କହିଛନ୍ତି ।

ଗତକାଲି ଅନ୍ୟ ୪ ରାଜ୍ୟ ସହ ମିଜୋରାମର ଫଳାଫଳ ବାହାରିବାର ଥିଲା। ମାତ୍ର ରବିବାର ପଡ଼ୁଥିବାରୁ ଏକାଧିକ ସଂଗଠନ ବିରୋଧ କରିଥିଲେ। ମିଜୋରାମରେ ଖ୍ରୀଷ୍ଟିୟାନଙ୍କ ସଂଖ୍ୟା ଅଧିକ। ରବିବାର ୩ ତାରିଖ ହେଉଛି ଇଷ୍ଟର। ତେଣୁ ଖ୍ରୀଷ୍ଟିୟାନଙ୍କ ପାଇଁ ଏହା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିନ। ତେଣୁ ଦାବି ଅନୁସାରେ ତାରିଖ ବଦଳାଇଥିଲେ ନିର୍ବାଚନ କମିଶନ।

Leave A Reply

Your email address will not be published.