Latest Odisha News

BREAKING NEWS

କବିତା : ଉଠ ଅର୍ଜୁନ

ପ୍ରସେନଜିତ ସେଠୀ

ସୁସଜ୍ଜିତ ରଣକ୍ଷେତ୍ରେ,
ଯୋଉଟି ନ୍ୟାୟ ହେବାର ଅଛି,
ସତ୍ୟ ଓ ଧର୍ମର,
ଯୋଉଟି ନାଶ ହେବାର ଅଛି,
ଅନ୍ୟାୟ, ଅସତ୍ୟର,
ସେଠି ଅର୍ଜୁନ ସାଜିଲେ କି ହେବ!!

ଶୁଭେ ଘନଘନ ଶତ୍ରୁର ଗର୍ଜନ,
ଯୋଉଟି ପ୍ରତିଶୋଧ ନେବାର ଅଛି,
ହତ୍ୟାର, ଆପଣା ଜନର,
ଯୋଉଟି ଗଢିବାର ଅଛି,
ଶତ୍ରୁର ଶବ ପରେ ବିଜୟ ମିନାର,
ସୁପ୍ତ ସିଂହ ରହିଲେ କି ହେବ।

ଆଜି ସମୟ ଉପସ୍ଥିତ,
କରେ ଆପଣା ଆୟୋଜନ,
ଆସିବେନି ନାରାୟଣ,
ଗାଇବାକୁ ଗୀତାର ଜ୍ଞାନ,
ଆସିବେନି ବିଭୀଷଣ,
ଖୋଲିବାକୁ ଶତ୍ରୁର ଗୋପନ,
ଦେଖା ଆପଣା ପରାକ୍ରମ,
ସତ୍ୟ ତୋର ସାଥେ, ଧର୍ମ ତୋର ସାଥେ,
ସାଧିବୁ ତୁ ଏ କାର୍ଯ୍ୟ କଠିନ, ଉଠ ଅର୍ଜୁନ।

ବାଲିଆ , ଜଗତସିଂହପୁର

Leave A Reply

Your email address will not be published.