Latest Odisha News

BREAKING NEWS

# ‘ମି ଠୁ’: ଅକ୍ଟୋବର ୩୧ରେ ହେବ ଏମ. ଜେ. ଆକବରଙ୍କ ମାନହାନି ମୋକବ୍ଦମା ଶୁଣାଣି

ନୂଆଦିଲ୍ଲୀ : ‘ମି ଠୁ’ ଜାଲରେ ଛନ୍ଦି ହୋଇପଡିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ. ଜେ. ଆକବରଙ୍କ ଠୁ ବିବାଦ ପିଛା ଛାଡୁନାହିଁ । ଏହି ବରିଷ୍ଠ ସାମ୍ବାଦିକଙ୍କ ନାମରେ ପ୍ରିୟା ରମଣିଙ୍କ ଦ୍ୱାରା ଯୌନ ଶୋଷଣର ଅଭିଯୋଗ ହେବାପରେ ପରବର୍ତ୍ତୀ ସମୟରେ ଆକବର ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ଏହି ଘଟଣାରେ ଏମ. ଜେ. ଆକବର ଇସ୍ତଫା ଦେବା ପୂର୍ବରୁ ପ୍ରିୟାଙ୍କ ବିରୋଧରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ମାନହାନି ମୋକବ୍ଦମା ଦାୟର କରିଥିଲେ । ଏହି ମାନହାନି ମାମଲାର ଶୁଣାଣୀ ଆସନ୍ତା ଅକ୍ଟୋବର ୩୧ରେ ହେବ ବୋଲି କୋର୍ଟ କହିଛନ୍ତି ।

ସେ କହିଛନ୍ତି ଯେ ମନ୍ତ୍ରୀ ପଦରୁ ଇସ୍ତଫା ଦେବାର କାରଣ ଯେ ମୋର ଏଥିରେ କୌଣସି ଭୁଲ ନାହିଁ, କୋର୍ଟର ରାୟକୁ ସମ୍ମାନ ଜଣାଏ ଏବଂ କୋର୍ଟର ରାୟ ନଆସିବା ପର୍ଯ୍ୟନ୍ତ ମୁଁ ଏହି ପଦବୀରେ ରହିବା ପାଇଁ ଉଚିତ ମନେ କଲି ନାହିଁ ।

ଅନ୍ୟପକ୍ଷରେ ଦୀର୍ଘ ୪୦ ବର୍ଷ ଧରି ଏମ. ଜେ. ଆକବର ଗଢିଥିବା ତାଙ୍କର ଭାବମୂର୍ତ୍ତି ଏଭଳି ଅଭିଯୋଗ ଫଳରେ କ୍ଷୁର୍ଣ୍ଣ ହେଉଛି । ରମାଣିଙ୍କ ଟ୍ୱିଇଟ୍ ଫଳରେ ତାଙ୍କ ସମ୍ମାନରେ ଆସିବା ସହ ଅପୂରଣୀୟ କ୍ଷତି ଘଟିଛି ବୋଲି ଦର୍ଶାଇଥିଲେ । ଆହୁରି ମଧ୍ୟ ଅଭିଯୋଗକାରୀଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆକବର ପୂର୍ବରୁ କହିଥିଲେ ।

Leave A Reply

Your email address will not be published.