Latest Odisha News

BREAKING NEWS

କଟକ: ମହିଳାଙ୍କ ମୃତ୍ୟୁକୁ ନେଇ ନର୍ସିଂହୋମରେ ଭଙ୍ଗାରୁଜା

କଟକ : କଟକ ଜିଲ୍ଲା ଅନ୍ତର୍ଗତ ବଜ୍ରକବାଟୀ ନିକଟସ୍ଥ ଏକ ଘରୋଇ ନର୍ସିଂହୋମରେ ଉତ୍ତେଜନା ସହ ଭଙ୍ଗାରୁଜା ଲାଗିରହିଥିବା ନେଇ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ଏହି ନର୍ସିଂହୋମରେ ଚିକିତ୍ସା ଅବହେଳାରେ ଜଣେ ଚିକିତ୍ସାଧିନ ରୋଗୀଙ୍କ ମୃତ୍ୟୁ ହେବା ପରେ ରୋଗୀଙ୍କ ସମ୍ପର୍କୀୟମାନେ ଉତ୍ତେଜିତ ହୋଇ ବ୍ୟାପକ ଭଙ୍ଗାରୁଜା କରିବା ସହ ଗେଟରେ ତାଲା ପକାଇ ଦେଇଥିବା ନେଇ ଜଣାପଡିଛି ।

ମୃତ ମହିଳା ଜଣଙ୍କ କିଶନ ନଗର ଥାନା ଅନ୍ତର୍ଗତ ଗଙ୍ଗପୁର ଗ୍ରାମର ସୁଭଦ୍ରା ମହାନ୍ତି ବୋଲି ଜଣାପଡିଛି ।

ଅନ୍ୟପକ୍ଷରେ ସୁଭଦ୍ରା କୌଣସି କାରଣବଶତଃ ବିଷ ପିଇ ଗୁରୁତର ଅବସ୍ଥାରେ ନର୍ସିଂହୋମରେ ଚିକିତ୍ସିତ ହେଉଥିଲେ । ପରବର୍ତ୍ତୀ ସମୟରେ ନର୍ସିଂହୋମ ପକ୍ଷରୁ ତାଙ୍କ ଚିକିତ୍ସାରେ ଅବହେଳା ଯୋଗୁଁ ସୁଭଦ୍ରାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯିବା ଫଳରେ ଏନେଇ ନର୍ସିଂହୋମ ପରିସରରେ ଉତ୍ତେଜନା ଦେଖାଥିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ମଙ୍ଗଳାବାଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପର୍କୀୟଙ୍କୁ ବୁଝାସୁଝା କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ନେଇ ଜଣାପଡିଛି । ଆହୁରି ମଧ୍ୟ ସୁଭଦ୍ରାଙ୍କ ପରିବାର ଲୋକେ ନର୍ସିଂହୋମ ବିରୋଧରେ ମଙ୍ଗଳାବାଗ ଥାନାରେ ଏକ ଏତଲା ଦାୟର କରିଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.