Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏମକେ ଷ୍ଟାଲିନ୍

ତାମିଲନାଡୁ: ଡିଏମକେ ସଭାପତି ଏମ କେ ଷ୍ଟାଲିନ୍ ଶୁକ୍ରବାର ଦିନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ୩୩ ଡିଏମକେ ବିଧାୟକ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି।

ରାଜ୍ୟପାଳ ବନୱାରିଲାଲ ପୁରୋହିତ ଗୁରୁବାର ଦିନ ତାଙ୍କ ବିଭାଗର ମନ୍ତ୍ରୀ ଭାବରେ ନିଯୁକ୍ତ ବିଧାୟକଙ୍କ ତାଲିକା ପ୍ରକାଶ କରିଥିଲେ। ଷ୍ଟାଲିନ ରାଜ ଭବନରେ ପହଞ୍ଚି ତାଙ୍କୁ ପୋର୍ଟଫୋଲିଓ ଆବଣ୍ଟନ ସମେତ ମନ୍ତ୍ରୀଙ୍କ ତାଲିକା ଦେଇଥିଲେ।

ତେବେ ଷ୍ଟାଲିନଙ୍କ କ୍ୟାବିନେଟରେ ଦୁଇଜଣ ମହିଳା ଯୋଗଦେବେ ବୋଲି ଜଣାପଡିଛି।

ଅପରପକ୍ଷରେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ମନ୍ତ୍ରୀ ତାଲିକାରେ ସ୍ଥାନ ପାଇଁ ନାହାଁନ୍ତି। ସେ ଚେପାକ-ଥିରୁଭାଲିକେନି ପ୍ରଥମ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ।

Comments are closed.