Latest Odisha News

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସମସ୍ୟା ବିଷୟରେ ପଚାରି ବୁଝିଲେ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ

ବରଗଡ: ବରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ନବନିର୍ବାଚିତ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ । ଏହା ସହ ରୋଗୀଙ୍କ ସମସ୍ୟା ବିଷୟରେ ପଚାରି ବୁଝିଲେ ବିଧାୟକ ଶ୍ରୀ ଷଡ଼ଙ୍ଗୀ ।

ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଥିବା ଏବଂ ପରବର୍ତ୍ତି ସମୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଲଟି ଥିବା ସରକାରୀ ଡାକ୍ତରଖାନାରୁ ଅନେକ ସମୟରେ ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ହୋଇଆସୁଥିଲା । ବର୍ତ୍ତମାନ ଏହି ଅଭିଯୋଗ ବିଷୟରେ ଅବଗତ ହେବାପରେ ନବନିର୍ବାଚିତ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଆଜି (ଶୁକ୍ରବାର) ସକାଳ ୧୦ ଟା ସମୟରେ ବରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହ ରୋଗୀ ମାନଙ୍କୁ ଭେଟି ସମସ୍ୟା ବିଷୟରେ ପଚାରି ବୁଝିଥିଲେ ।

ଏହି ଅବସରରେ ବରଗଡ଼ ସିଏଡିଏମଓଙ୍କ ସହ ଆଲୋଚନା କରିଥିଲେ । ରୋଗୀ ମାନଙ୍କ ପାଇଁ ବେଡ଼୍ ଅଭାବ, ଲିଫ୍ଟ କାର୍ଯ୍ୟ ନ କରୁଥିବା, ଡାକ୍ତର ଅଭାବ ଇତ୍ୟାଦି ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ଏହା ସହ ବରଗଡ଼ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରି ଏହି ସମସ୍ୟା ଉପରେ ଦୃଷ୍ଟି ଦେବା ସହ ତୁରନ୍ତ ସମାଧାନ ପାଇଁ ଜଣାଇଥିଲେ ।

Comments are closed.