Latest Odisha News

ବରଗଡ଼ ପୌରାଞ୍ଚଳର ଡ୍ରେନେଜ ସିଷ୍ଟମକୁ ଅନୁଧ୍ୟାନ କଲେ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ

ବରଗଡ: ବରଗଡ଼ ପୌରାଞ୍ଚଳର ଡ୍ରେନେଜ ସିଷ୍ଟମ କୁ ଅନୁଧ୍ୟାନ କଲେ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ । ଆଗକୁ ବର୍ଷା ଆସୁଥିବାବେଳେ ତା ପୂର୍ବରୁ ବରଗଡ଼ ପୌରାଞ୍ଚଳର କୌଣସି ୱାର୍ଡ ରେ ଡ୍ରେନେଜ ସିଷ୍ଟମ ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପାଇଁ ବରଗଡ଼ ବିଧାୟକ ଅଶ୍ୱିନୀ ଷଡଙ୍ଗୀ ନିଜେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଆଜି ସକାଳୁ ବିଧାୟକ ଅଶ୍ୱିନୀ ଷଡଙ୍ଗୀ ଏବଂ ବରଗଡ଼ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ହର ପ୍ରସାଦ ଭୋଇ ୧ ନମ୍ବର ୱାର୍ଡ ରୁ ଜୀରା ନଦୀ ପର୍ଯ୍ୟନ୍ତ ଚାଲି ଚାଲି ଯାଇ ଡ୍ରେନେଜ ସିଷ୍ଟମ କୁ ତଦାରଖ କରିଥିଲେ । ବର୍ଷା ଋତୁ ଆରମ୍ଭ ପୂର୍ବରୁ ବରଗଡ଼ ର ସମସ୍ତ ୱାର୍ଡ ର ନାଳୀ ଗୁଡିକ ରୁ ମାଟି କଢ଼ାଯାଇ ସେଗୁଡିରେ ଯେପରି ସୁବିଧାରେ ବର୍ଷା ଜଳ ନିଷ୍କାସିତ ହୋଇପାରିବ ସେ ବ୍ୟବସ୍ଥା କୁ ସୁନିଶ୍ଚିତ କରିବାକୁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ହର ପ୍ରସାଦ ଭୋଇ ଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ ।

ଏଥି ସହ ଅର୍ଦ୍ଧ ନିର୍ମିତ ଡ୍ରେନ ଗୁଡିକ ର ନିର୍ମାଣ କାର୍ଯ୍ୟକୁ ଯୁଧ୍ୟକାଳୀନ ଭିତ୍ତିରେ ସମାପ୍ତ କରିବାକୁ ମଧ୍ୟ ଶ୍ରୀ ଷଡଙ୍ଗୀ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ବିଧାୟକଙ୍କ ସହ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ରବି ନାରାୟଣ ଦାଶ, ଟାଉନ ସଭାପତି ଅକୃର ମଲ୍ଲିକ, ପ୍ରଶାନ୍ତ ବେହେରା ଓ ଅନ୍ୟାନ୍ୟ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.