Latest Odisha News

BREAKING NEWS

‘ବୁଲା କୁକୁରଙ୍କୁ ଆସାମ ପଠାଇଦିଅ, ସେଠାକାର ଲୋକ ଖାଆନ୍ତି’ ବିବାଦୀୟ ବୟାନ ଦେଲେ ବିଧାୟକ

ମୁମ୍ବାଇ: ବୁଲା କୁକୁରଙ୍କୁ ଆସାମ ପଠାଇଦିଅ । ସେଠାରେ ବହୁତ ଚାହିଦା ଅଛି । କାରଣ ସେଠାକାର ଲୋକ ବୁଲା କୁକୁର ମାଂସ ଖାଆନ୍ତି । କିଛି ଏଭଳି ବିବାଦୀୟ ବୟାନ ଦେଇଛନ୍ତି ଜଣେ ବିଧାୟକ । ମହାରାଷ୍ଟ୍ରର ବିଧାୟକ ତଥା ପ୍ରହାର ଜନଶକ୍ତି ପାର୍ଟି ମୁଖ୍ୟ ବଚୁ କାଦୁ କହିଛନ୍ତି ଯେ ଆସାମର ଲୋକ କୁକୁର ମାଂସ ଖାଆନ୍ତି । ଏଥିପାଇଁ ବୁଲା କୁକୁର ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ, ଆସାମ ପଠାଇଦେବା ଆବଶ୍ୟକ ।

ବିଧାନସଭାରେ ବୁଲା କୁକୁରଙ୍କ ଉପଦ୍ରବକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ସେ ଏଭଳି ବିବାଦୀୟ ବୟାନ ଦେଇଛନ୍ତି । ବଚୁ କହିଛନ୍ତି ଯେ ଆସାମରେ ବୁଲା କୁକୁରଙ୍କର ବହୁତ ଚାହିଦା ରହିଛି । ସେଠାରେ ବୁଲା କୁକୁର ପିଛା ୮ ହଜାର ଟଙ୍କା ମିଳିଥାଏ । ବୁଲା କୁକୁରମାନଙ୍କୁ ଆସାମ ପଠାଇଦେଲେ ରାଜ୍ୟରେ ଏହା ନିୟନ୍ତ୍ରଣରେ ରହିବ । ବିଧାୟକଙ୍କ ଏହି ବୟାନ ପରେ ବିଧାନସଭାରେ ହଙ୍ଗାମା ହୋଇଥିଲା ।

ଅନ୍ୟପଟେ ପଶୁପ୍ରେମୀମାନେ କହିଛନ୍ତି ବିଧାୟକଙ୍କ ଏଭଳି ବୟାନ ଅପମାନଜନକ । ଏହା ପୂର୍ବରୁ ଝାଡ଼ଖଣ୍ଡ ବୋକାରୋ ବିଧାୟକ ବିରଞ୍ଚ ନାରାୟଣ ମଧ୍ୟ ଏଭଳି କହିଥିଲେ । ସେ କହିଥିଲେ ଯେ ବୁଲା କୁକୁରମାନଙ୍କୁ ନାଗାଲାଣ୍ଡ ପଠାଇଦିଆଯାଉ । ଏହା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ ।

Leave A Reply

Your email address will not be published.