Latest Odisha News

BREAKING NEWS

‘ଗାଈକୁ ହତ୍ୟା କଲେ ନର୍କରେ ସଢ଼ିବ’ ମୁସଲମାନ ବିଚାରପତି କହିଲେ ବ୍ୟାନ ହେଉ ଗୋହତ୍ୟା

ଆହ୍ଲାବାଦ: ଗୋହତ୍ୟାକୁ ନେଇ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠ କଡା ଟିପ୍ପଣୀ କରିଛନ୍ତି । ଖଣ୍ଡପୀଠ ହିନ୍ଦୁ ଧର୍ମଗ୍ରନ୍ଥକୁ ଆଧାର କରି କହିଛନ୍ତି ଯେ ଗାଈକୁ ହତ୍ୟା କରୁଥିବା ବ୍ୟକ୍ତି ନର୍କରେ ସଢ଼ିବେ । ଖଣ୍ଡପୀଠ, କେନ୍ଦ୍ର ସରକାର ଗୋହତ୍ୟା ଉପରେ ପ୍ରତିବନ୍ଧକ ଲଗାଇବା ସହ ଗାଈକୁ ସଂରକ୍ଷିତ ପଶୁ ଘୋଷିତ କରିବାକୁ କହିଛନ୍ତି । ମିଳିଥିବା ସୂଚନା ମୁତାବକ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ସମୀନ ଅହମ୍ମଦ ଏକ ମଇଁଷିକୁ ହତ୍ୟା କରିଥିବା ଅଭିଯୁକ୍ତର ଯାଚିକାକୁ ନେଇ ଶୁଣାଣି କରି କହିଛନ୍ତି ଯେ ସବୁ ଧର୍ମକୁ ସମ୍ମାନ ଦେବା ନିହାତି ଆବଶ୍ୟକ । କାରଣ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ।

BjdElectrycity

ଏକ ବ୍ୟକ୍ତି ବିରୋଧରେ ଗୋହତ୍ୟା ଓ ମାଂସ ବିକ୍ରି କରିବା ଅଭିଯୋଗରେ ରୁଜୁ ହୋଇଥିବା ଏଫଆଇଆରକୁ ରଦ୍ଦ କରିବାକୁ ଆବେଦନ ହୋଇଥିଲା । ତେବେ ବିଚାରପତି ଏହି ଏଫଆଇଆରକୁ ରଦ୍ଦ କରିବାକୁ ମନା କରିଦେଇଥିଲେ । ଖଣ୍ଡପୀଠ ଏହା ମଧ୍ୟ କହିଥିଲେ ଯେ ପଞ୍ଚଗବ୍ୟରେ ଗାଈର କ୍ଷୀର, ଲହୁଣୀ, ଦହି, ମୂତ୍ର, ଗୋବର ମିଶିଥାଏ । ଗାଈର ଚାରିଟି ପାଦ ଚାରିଟି ବେଦର ପ୍ରତୀକ ହୋଇଥିବାବେଳେ ଗାଈର ଶିଙ୍ଘରେ ଦେବତା ବାସ କରନ୍ତି ।

Leave A Reply

Your email address will not be published.