Latest Odisha News

BREAKING NEWS

ଜାମିନ ଆବେଦନ ଖାରଜ ପରେ କୋର୍ଟ ପରିସରରେ ଅସୁସ୍ଥ ହେଲେ ବିଧାୟକ ପ୍ରଶାନ୍ତ ଜଗଦେବ

ଖୋର୍ଦ୍ଧା : ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନି ଆବେଦନ ଖାରଜ ପରେ ଖୋର୍ଦ୍ଧା କୋର୍ଟ ପରିସରରେ ସେ  ଅସୁସ୍ଥ ହୋଇପଡ଼ିଛନ୍ତି  । ତାଙ୍କୁ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତି କରାଯାଇଛି । ଆଜି ଖୋର୍ଦ୍ଧା କୋର୍ଟରେ ଆତ୍ମସମର୍ପଣ କରିଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ତାଙ୍କୁ ବେଲ ମିଳିଲାନି । ସେ ଜେଲ୍ ଯିବେ । ତାଙ୍କ ନାଁ ରେ ଲାଗିଛି ଆଇନ ଓ ଅପରାଧର ସଙ୍ଗୀନ ଦଫା।

ବାଲୁଗାଁ ମଣ୍ଡଳ ବିଜେପି ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ ଅଭିଯୋଗ ମାମଲାରେ ବିଧାୟକଙ୍କୁ ଗିରଫ ଦାବିରେ ବାଲୁଗାଁ ଥାନା ସାମ୍ନାରେ ଶତାଧିକ ବିଜେପି କର୍ମୀ ଧାରଣା ଦେଇଥିଲେ। ନିରଞ୍ଜନଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପ୍ରଶାନ୍ତଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲ।।

ବିଧାୟକ ନିଜର ଗିରଫଦାରିକୁ ଏଡାଇବା ପାଇଁ ଆଗୁଆ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । ଉକ୍ତ ଆବେଦନର ଶୁଣାଣି କରି ହାଇକୋର୍ଟ ବିଧାୟକ ଜଗଦେବଙ୍କୁ ତଳ କୋର୍ଟରେ ହାଜର ହୋଇ ଜାମିନ ଆବେଦନ କରିବାକୁ ନିର୍ଦେଶ ଦେଇଥିଲେ। ପୂର୍ବର୍ରୁ ମଧ୍ୟ ବିଧାୟକଙ୍କ ନାଁ ରେ ଅନେକ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗ ଥିଲା।

Leave A Reply

Your email address will not be published.