Latest Odisha News

BREAKING NEWS

ହାତୀ ସୁରକ୍ଷା ପାଇଁ ହେବ ସୋଲାର ଫ୍ୟାନ୍ସିଂ

ଭୁବନେଶ୍ୱର: ଦିନକୁ ଦିନ ବଢୁଛି ହାତୀ ମୃତ୍ୟୁ ସଂଖ୍ୟା । ଗାଁରେ ପଶି ହାତୀ ଆକ୍ରମଣ କରି ଲୋକଙ୍କୁ ମାରିବା ସହ ବହୁ ହାତୀମାନଙ୍କର ମୃତ୍ୟୁ ମଧ୍ୟ ହେଉଛି । ହାତୀ ସୁରକ୍ଷାକୁ ନେଇ PCCF ଶଶୀ ପଲଙ୍କ ସୂଚନା । କେନ୍ଦ୍ରମନ୍ତ୍ରୀଙ୍କ ଆସାମ ଢାଞ୍ଚାରେ ହାତୀ ରକ୍ଷଣ ଯୋଜନା ଉପରେ ପତିକ୍ରିୟା ରଖିଛନ୍ତି ପିସିସିଏଫ । ହାତୀ ରକ୍ଷଣ ପାଇଁ ସୋଲାର ଫ୍ୟାନ୍ସିଂ ଯୋଜନା କରାଯାଉଛି ।

ସୋଲାର ଫ୍ୟାନ୍ସିଂ ଯୋଜନାରେ ପୂର୍ବରୁ ରକ୍ଷଣାବେକ୍ଷଣ ହୋଇପାରୁନଥିଲା । ରାଜ୍ୟ ସରକାର ଏଥର ଲୋକଙ୍କ ଭାଗିଦାରୀକୁ ଗୁରୁତ୍ୱ ଦେଇଛନ୍ତି । ମଣିଷ-ହାତୀ ଭିତରେ ସମସ୍ୟା ଥିଲେ ସେଇଠି ପ୍ରାଥମିକ ସ୍ତରରେ ଫ୍ୟାନ୍ସିଂ କରାଯିବ । ଗାଁ ଲୋକ ୧୦ ପ୍ରତିଶତ ଖର୍ଚ୍ଚ କରିବେ ୯୦ ପ୍ରତିଶତ ରାଜ୍ୟ ସରକାର ଖର୍ଚ୍ଚ କରିବେ। ହେଲେ କେଉଁଠି ହେବ ସେ ନେଇ ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ ।

Leave A Reply

Your email address will not be published.