Latest Odisha News

ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସାଧାରଣ ପରିଷଦରେ ଗଜପତି ଜିଲ୍ଲାର ପ୍ରତିନିଧିତ୍ୱ ନଥିବାରୁ ବିଧାୟକଙ୍କ କ୍ଷୋଭପ୍ରକାଶ

ଭୁବନେଶ୍ୱର: ସଂସ୍କୃତି ବିଭାଗ ଅଧିନରେ ଥିବା ଓଡ଼ିଶା ସଂଗୀତ ନାଟକ ଏକାଡେମୀର ନୂତନ ପରିଷଦ ଗଠନ ହୋଇଛି । ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲା ୩୨ ଜଣ ସଭ୍ୟ ରହିଥିବା ବେଳେ ଗଜପତି ଜିଲ୍ଲାରୁ କାହାକୁ ସାମିଲ୍ କରାଯାଇ ନ ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ।

ଏହି ପରିଷଦ ଆଗାମୀ ତିନି ବର୍ଷ ପାଇଁ ଗଠନ ହୋଇଛି । କେବଳ ଚଳିତ ବର୍ଷ ନୁହେଁ ଗତ ୩ ଟି ପରିଷଦରେ ଜିଲ୍ଲାରୁ କୌଣସି ସଦସ୍ୟଙ୍କୁ ସାମିଲ୍ କରା ଯାଇ ନ ଥିିବା ବିଧାୟକ ଅଭିଯୋଗ କରିଛନ୍ତି । ଗତ ୧୦ ବର୍ଷ ମଧ୍ୟ ରେ ଗଜପତିରେ ଏକାଡେମୀର କୌଣସି କାର୍ଯ୍ୟକ୍ରମ ହୋଇପାରିନି, ଏପରିକି ଦୀର୍ଘ ୨୫ ବର୍ଷ ମଧ୍ୟରେ ଏଠାକାର କୌଣସି କଳାକାରଙ୍କୁ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ବାରା ପୁରସ୍କୃତ କରାଯାଇନାହିଁ । ଯାହାକି କଳାକାରଙ୍କ ମରେ ଦୁଃଖ ଦେଇଛି । ଜିଲ୍ଲାରେ ସଂସ୍କୃତି ଭବନଟିଏ ନାହିଁ କି ସ୍ଥାୟୀ ରଙ୍ଗମଞ୍ଚ ନଥିବା ଯୋଗୁଁ ବିଭିନ୍ନ ସମୟରେ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ ବେଳେ ବିଭିନ୍ନ ସମସ୍ୟା ଦେଖାଦେଉଛି ।

ଏ ନେଇ ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି ।

Comments are closed.