Latest Odisha News

ରାଜଧାନୀରେ ଆରମ୍ଭ ‘ମୋ ଖତ’ର ବିକ୍ରୟ

ଭୁବନେଶ୍ୱର: ରାଜଧାନୀରେ ଜୈବିକ ସାର ‘ମୋ ଖତ’ ବିକ୍ରୟର ଶୁଭାରମ୍ଭ ହୋଇଛି । ଏହାକୁ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହାର ଶୁଭରମ୍ଭ କରିଛନ୍ତି । ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳର ପରିମଳରୁ ଏହି ‘ମୋ ଖତ’ ପ୍ରସ୍ତୁତ ହେଉଛି ।

ବିଏମସି ପକ୍ଷରୁ ସହରର ଆବର୍ଜନା ଡମ୍ପିଂୟାର୍ଡରେ ପଡିବା ପରେ ଏଥିରୁ ପ୍ରସ୍ତୁତ ଜୈବିକ ଖତ ରାଜଧାନୀବାସୀଙ୍କୁ ସୁଲଭ ଦରରେ ମିଳିବ । ଏଥି ସହ କିଛି ମହିଳା ଏସଏଚଜି ଗ୍ରୁପକୁ ନିଯୁକ୍ତି ମିଳିପାରିବ ବୋଲି ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି । ୫କିଲୋ ଜୈବିକ ଖତର ଦାମ ରହିଛି ୧୨୫ ଟଙ୍କା । ଅନଲାଇନରେ ବି ଏହାକୁ ଲୋକେ କିଣିପାରିବେ ।

Leave A Reply

Your email address will not be published.