କଟକ: କଟକ ଚଣ୍ଡୀ ମନ୍ଦିର ପୁନରୁଦ୍ଧାର କାର୍ଯ୍ୟ ଏବଂ ସମୀକ୍ଷା ବୈଠକ ତାଦରଖ କରିଛନ୍ତି କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋସ । ଏହି ସମୟରେ ତାଙ୍କ ସାଙ୍ଗରେ ଥିଲେ ବରିଷ୍ଠ କଂଗ୍ରେସ ତଥା ବାପା ମହମ୍ମଦ ମୋକିମ୍ । ମନ୍ଦିରର କାର୍ଯ୍ୟ କିପରି ସୁରୁଖୁରୁରେ ସରିବ ସେନେଇ ଓବିସିସିର କର୍ମକର୍ତ୍ତା ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।
ଏହି ସମୀକ୍ଷା ବୈଠକରେ ମା’ ଚଣ୍ଡୀଙ୍କ ମୁଖ୍ୟ ପୂଜକ ମଧ୍ୟ ଉପସ୍ଥିତ ଥିଲେ । ଦଶହରା ପୂର୍ବରୁ କିଭଳି ପୁନରୁଦ୍ଧାର କାର୍ଯ୍ୟ ସମାପ୍ତ ହେବ ତାହା ବି ଆଲୋଚନା ହୋଇଥିଲା ।
ଏହି ସମୀକ୍ଷା କରି ନିର୍ବାହୀ ଯନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ଡ଼ିସେମ୍ବର ସୁଦ୍ଧା ୯୦ ପ୍ରତିଶତ ମନ୍ଦିର କାର୍ଯ୍ୟ ଶେଷ ହୋଇ ସାରିଥିବ । ଏବଂ ଆସନ୍ତା ୨୦୨୬ ଫେବୃୟାରୀ ସୁଦ୍ଧା ମନ୍ଦିର କାର୍ଯ୍ୟ ପୁରା ଶେଷ କରିବୁ ।
ଅନ୍ୟପଟେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ମାଆଙ୍କ ମନ୍ଦିରରେ ନିମ୍ନ ମାନର କାର୍ଯ୍ୟ ହେଉଥିବା କଥା ବି ପଚାରି ବୁଝିଛନ୍ତି ବିଧାୟିକା ସୋଫିଆ ।
Comments are closed.