Latest Odisha News

ମୁକେଶ ଅମ୍ୱାନୀଙ୍କ ପରିବାରକୁ ଆସିବେ ସାନ ପୁତ୍ରବଧୂ, ଅନନ୍ତଙ୍କ ସହ ରାଧିକା ମାର୍ଚେଣ୍ଟଙ୍କ ନିର୍ବନ୍ଧ ସରିଲା

ମୁମ୍ୱାଇ: ହାତକୁ ଦୁଇ ହାତ ହେବେ ମୁକେଶ ଅମ୍ୱାନୀଙ୍କ ସାନ ପୁଅ ଅନନ୍ତ ଅମ୍ୱାନୀ । ନିର୍ବନ୍ଧ ସରିଲା, ଏବେ ବାହାଘରକୁ ଅପେକ୍ଷା । ରାଧିକା ମାର୍ଚେଣ୍ଟ ସହ ଅନନ୍ତଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି । ଆସନ୍ତା ମାସରେ ଦୁହେଁ ବିବାହ କରିବେ ।

ଶୈଲା ମାର୍ଚେଣ୍ଟ ଓ ବିରେନ ମାର୍ଚେଣ୍ଟଙ୍କ ଝିଅ ହେଉଛନ୍ତି ରାଧିକା ମାର୍ଚେଣ୍ଟ । ରାଜସ୍ଥାନର ଶ୍ରୀନାଥଜୀ ମନ୍ଦିରରେ ଦୁହିଁଙ୍କର ନିର୍ବନ୍ଧ ହୋଇଥିବା ନେଇ ପରିବାର ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଅନନ୍ତ ଅମ୍ୱାନୀ ରିଲାଏନ୍ସ କ୍ଲିନ ଏନର୍ଜିର ମୁଖ୍ୟ । ଏହା ସହିତ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡର ବୋର୍ଡରେ ବି ସେ କାର୍ଯ୍ୟରତ । ରାଧିକା ନ୍ୟୁୟର୍କ ୟୁନିର୍ଭସିଟିରୁ ସ୍ନାତକ ହାସଲ କରିଛନ୍ତି । ଏଙ୍କୋର ହେଲଥ୍ କେୟାର କମ୍ପାନୀର ସେ ନିର୍ଦ୍ଦେଶକ ଅଛନ୍ତି ।

Leave A Reply

Your email address will not be published.