Latest Odisha News

BREAKING NEWS

ହୁତୁ ହୁତୁ ହୋଇ ଜଲିଗଲା ‘ମୋ ବସ୍’

କଟକ: ଜଳିଗଲା ମୋ ବସ୍ । କଟକ ସିଡିଏ ସେକ୍ଟର ୯ ରାସ୍ତାରେ ଯାଉଥିବା ସମୟରେ ହୁତୁ ହୁତୁ ହୋଇ ଜଳିଲା ମୋ ବସ । କିଛି ମୁହୂର୍ତ୍ତ ମଧ୍ୟରେ ପୂରା ନିଆଁରେ ଧ୍ବଂସ ହୋଇଯାଇଥିଲା ବସ୍। ତେବେ ଏଥିରେ କାହାର କ୍ଷତି ହୋଇନଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ସେପଟେ ବସରେ କିପରି ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ସୂଚନାଯୋଗ୍ୟ, ଆଜି ସକାଳେ ମୋ ବସଟି ପୁରୀରୁ ଯାତ୍ରୀଙ୍କୁ ନେଇ କଟକ ଆସୁଥିଲା। କଟକ ସିଡିଏ ସେକ୍ଟର-୯ ନିକଟରେ ବସରୁ ଧୂଆଁ ବାହାରିଥିଲା। ଯାହା ଡ୍ରାଇଭର ଜାଣିପାରି ଯାତ୍ରୀମାନଙ୍କୁ ସଙ୍ଗେ ସଙ୍ଗେ ତଳକୁ ଓହ୍ଲାଇ ଦେଇଥିଲା। ଯାହା ଦ୍ବାରା ବଡ ଅଘଟଣରୁ ଅଲ୍ପକେ ବର୍ତ୍ତିଯାଇଥିଲେ ଯାତ୍ରୀ । ପରେ ବସ୍‌ଟି ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିବାକୁ ଆରମ୍ଭ କରିଥିଲା ।  ପରେ ଅଗ୍ନଶମ ବିଭାଗ ଘଣାସ୍ଥଳରେ ପହଞ୍ଚୀି ନିଆଁ ଲିଭାଇବାରେ ସଫଳ ହୋଇଥିଲଊେ । ତେବେ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି  ।

Leave A Reply

Your email address will not be published.