Latest Odisha News

ମଙ୍ଗଳବାର ଠାରୁ କଟକ-ଭୁବନେଶ୍ୱରର ସମସ୍ତ ରୁଟରେ ଚାଲିବ ‘ମୋ ବସ’

ଭୁବନେଶ୍ୱର: କଟକ-ଭୁବନେଶ୍ୱରର ସମସ୍ତ ରୁଟରେ ମଙ୍ଗଳବାର ଠାରୁ ପୁଣି ‘ମୋ ବସ’ ସେବା ଆରମ୍ଭ ହେବ ବୋଲି କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ ସୋମବାର କୁହାଯାଇଛି ।

କ୍ରୁଟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କଟକ-ଭୁବନଶ୍ୱେରର ୨୨ଟି ରୁଟରେ ‘ମୋ ବସ୍’ ଚଳାଚଳ କରିବ । ହେଲେ ଗୋଟିଏ ରୁଟକୁ ବାଦ ଦିଆଯାଇଛି । ରୁଟ୍ ନଂ ୨୯ (କଳିଙ୍ଗ ବିହାର ଠାରୁ ସାଇ ମନ୍ଦିର)ରେ ‘ମୋ ବସ’ ଚାଲିବ ନାହିଁ ବୋଲି କୁହାଯାଇଛି।

ଉଲ୍ଲେଖଯୋଗ୍ୟ, କରୋନା ପାଇଁ ଗତ ମାର୍ଚ୍ଚ ମାସରୁ ‘ମୋ ବସ୍’ ସେବା ବନ୍ଦ ଥିବାବେଳେ ପରେ ପର୍ଯ୍ୟାୟ କ୍ରମେ କିଛି ରୁଟରେ ବସ ଚଳାଚଳ ପାଇଁ କ୍ରୁଟ ଅନୁମତି ଦେଇଥିଲା ।

Comments are closed.