Latest Odisha News

BREAKING NEWS

୫ ହଜାର ତଳକୁ ଖସିଲା ଆକ୍ଟିଭ କେସ୍; ୨୪ ଘଣ୍ଟାରେ ଚିହ୍ନଟ ଆକ୍ରାନ୍ତଙ୍କ ଦୁଇଗୁଣ ବ୍ୟକ୍ତି ହେଲେ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ତଳମୁଁହା କରୋନା ଗ୍ରାଫ। ୨୪ ଘଣ୍ଟାରେ ୪୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୮୦୯ ଜଣ।

ଏହାସହ ଓଡିଶାରେ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ୩,୧୨,୦୬୫ ଛୁଇଁଛି। ଏହା ସହିତ ରାଜ୍ୟରେ ସକ୍ରିୟ ମାମଲା ୪୮୬୮ କୁ ହ୍ରାସ ପାଇଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅନୁଯାୟୀ, ସୁନ୍ଦରଗଡରୁ ୮୨, ଖୋର୍ଦ୍ଧା ରୁ ୮୧, ବାଲେଶ୍ଵର ରୁ ୬୧ ଜଣ, ମୟୂରଭଞ୍ଜରୁ ୫୩ ଜଣ ଆରୋଗ୍ୟ ଲାଭ କରିଛନ୍ତି।

ସେହିଭଳି କେନ୍ଦୁଝର ଓ ନୁଆପଡାରୁ ୫୧ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ କଟକରୁ ୪୭ ଜଣ, ଜଗତସିଂହପୁରରୁ ୪୪ ଜଣ, ସମ୍ବଲପୁରରୁ ୪୦ ଜଣ, କେନ୍ଦ୍ରାପଡାରୁ ୩୮,ଅନୁଗୁଳରୁ ୩୪, ବରଗଡରୁ ୩୦ ବାଲାଙ୍ଗୀରରୁ ୨୭, ଝାରସୁଗୁଡାରୁ ୨୧, ପୁରୀରୁ ୨୦, ଯାଜପୁରରୁ ୧୭, କାଳାହାଣ୍ଡିରୁ ୧୩,ଢେଙ୍କାନାଳରୁ ୧୨, ନବରଙ୍ଗପୁର, ନୟାଗଡ଼ ଏବଂ ରାୟଗଡା ରୁ ୯ଜଣ ଲେଖାଏଁ, ମାଲକାନଗିରିରୁ ୮, ଭଦ୍ରକରୁ ୭, ଗଞ୍ଜାମରୁ ୬ , ବୌଦ୍ଧ, କନ୍ଧମାଳ, କୋରାପୁଟ ଏବଂ ଦେଓଗଡରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ, ଗଜପତିରୁ ୩ ଏବଂ ସୋନପୁରରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.