Latest Odisha News

BREAKING NEWS

ଜନ୍ମଦାତା ସାଜିଲା ହତ୍ୟାକାରୀ

ବାରିପଦା: ପାରିବାରିକ କଳହକୁ ନେଇ ସାମ୍ନାକୁ ଆସିଲା ଅବିଶ୍ୱସନୀୟ ଘଟଣା । ଅଘଟଣ କି ଦୁର୍ଘଟଣା ନୁହେଁ, ବରଂ ହୋସ୍‌ରେ ଥାଇ ଜଣେ ବାପା ନିଜ ବଡପୁଅକୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଏପରି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ମୟୁରଭଂଜ ଜିଲ୍ଲାର ନରଣଖୁଣ୍ଟା ଗାଁ ।

ମିଳିଥିବା ରିପୋର୍ଟ ଅନୁଯାୟୀ ମୃତକଙ୍କ ପରିଚୟ ବଣ୍ଟି ଓରଫ ପ୍ରମୋଦ କୁମାର ସିଂ । ଅନ୍ୟପଟେ ହତ୍ୟା ଅଭିଯୁକ୍ତ ସାଜିଥିବା ମୃତ ବଣ୍ଟିର ବାପା ଅନୀଲ ସିଂ ଫେରାର ଥିବା ସୂଚନା ରହିଛି । ଦୁହିଁଙ୍କ ମଧ୍ୟରେ ଦୀର୍ଘଦିନ ଧରି ପାରିବାରିକ ତିକ୍ତତା ଥିବା ପୋଲିସ ରିପୋର୍ଟ କହୁଛି । ଏଥିପାଇଁ ଗତ କିଛିମାସ ଧରି ଅଭିଯୁକ୍ତ ଅନୀଲ ବାରିପଦାରେ ଏକ ଭଡା ଘରେ ରହୁଥିଲା । ହେଲେ ଆଜି କେଉଁ କାରଣରୁ ଅନୀଲ ନିଜ ବଡପୁଅକୁ ଫାର୍ସାରେ ହାଣି ହତ୍ୟା କରିଛି, ତାହା ଏବେ ବି ରହସ୍ୟଘେରରେ ରହିଛି ।

ମାତ୍ର ୨୫ ବର୍ଷ ବୟସରେ ବଣ୍ଟି ଓରଫ ପ୍ରମୋଦକୁ ଖୋଦ ତା ବାପା ଅତି ନିର୍ମମ ଭାବେ ହାଣି ହତ୍ୟା କରିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଖବର ପାଇ ବଡସାହି ପୋଲିସ ଓ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସ୍ଥାନୀୟ ଅଂଚଳରେ ସୃଷ୍ଟି କରିଛି ଭୟର ବାତାବରଣ । ଅନ୍ୟପଟେ ବଡସାହି ପୋଲିସ ମୃତକଙ୍କ ପରିବାରର ଅନ୍ୟ ସଦସ୍ୟଙ୍କଠାରୁ ପୁଙ୍ଖାନୁପୁଙ୍ଖ ତଥ୍ୟ ସଂଗ୍ରହ କରି ତନାଘନା ଚଳାଇଥିବା ଜଣାପଡିଛି ।

Leave A Reply

Your email address will not be published.