ଭୁବନେଶ୍ୱର: ଆସନ୍ତାକାଲି ହୋଲି । ସକାଳ ୭ରୁ ଆରମ୍ଭ ହେବ ରଙ୍ଗ ଖେଳ । ହୋଲିରେ ମୋ ବସ ଚଳାଚଳ ନେଇ ଆଗୁଆ ଜାରି ହୋଇଛି ଗାଇଡଲାଇନ । ଏହି ଉପଲକ୍ଷେ ଆସନ୍ତାକାଲି ସକାଳେ ରାଜଧାନୀ ଭୁବନେଶ୍ୱର ଓ ରାଉରକେଲାରେ ଗଡିବନି ମୋ ବସ । କ୍ରୁଟ ଅଫିସିଆଲ ସୋସିଆଲ ମିଡିଆ ହାଣ୍ଡେଲରେ ଅପଲୋଡ ହୋଇଥିବା ସୂଚନା ଅନୁଯାୟୀ, ସକାଳୁ ସକାଳୁ ଏହି ୨ ସହରରେ ମୋ ବସ ଗଡିବନି । ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଦ୍ୱିତୀୟାର୍ଦ୍ଧରେ ମୋ ବସ ଚଳାଚଳ ସ୍ୱାଭାବିକ କରାଯିବ ବୋଲି କୁହାଯାଇଛି । ତେବେ ମୋ ଇ- ରାଇଡ ଚଳାଚଳ ୮ ତାରିଖ ସମ୍ପୂର୍ଣ୍ଣ ବନ୍ଦ ରହିବ । ଯାତ୍ରୀଙ୍କ ଅବଗତି ନିମନ୍ତେ ଏହାର ସବିଶେଷ ସଂଶୋଧିତ ସୂଚନା କ୍ୟାପିଟାଲ ରିଜଅନ ଅର୍ବାନ ଟ୍ରାନ୍ସେପୋର୍ଟ ପକ୍ଷରୁ ଟୁଇଟରରେ ସେୟାର କରାଯାଇଛି ।
On occasion of Holi dated 8th March, 2023 #MoERide will remain completely suspended and #MoBus schedule has been revised. Kindly find the revised Mo Bus schedule attached for the said date.#HoliOperations pic.twitter.com/k2PYqQLgPH
— Capital Region Urban Transport (@CRUT_BBSR) March 7, 2023
ହୋଲି ପାଇଁ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆସନ୍ତାକାଲି ସକାଳ ୭ରୁ ହୋଲି ଖେଳ ଆରମ୍ଭ ହେବ । ଏହା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ । ହୋଲି ପାଇଁ ଲୋକେ ବେଶ ଉତ୍ସାହିତ ଅଛନ୍ତି । ଏହି ସମୟରେ ବେଶି ଅଘଟଣ,ସାମ୍ପ୍ରଦାୟିକ ଉତ୍ତେଜନା, ଅପରାଧମୂଳକ ଘଟଣା ମଧ୍ୟ ଘଟିଥାଏ । ବିଶେଷ କରି ନଦୀରେ ଗାଧୋଇବାବେଳେ ଅଘଟଣ ଘଟିଥାଏ । ଏ ସବୁ ଉପରେ ନଜର ରଖିବ କମିଶନରେଟ ପୋଲିସ । ସାରା ସହର ପୋଲିସ ସ୍କାନରରେ ରହିବ । ଘୁରି ବୁଲିବେ ସ୍ପେଶାଲ ସ୍କ୍ୱାର୍ଡ ଓ ୬୦ଟି ଟିମ । ୩୧ ଟି ସ୍ଥାନରେ ପିକେଟିଙ୍ଗ କରିବ ପୋଲିସ ।ଏଥିପାଇଁ ୧୭ ମୋବାଇଲ ପାଟ୍ରୋଲିଙ୍ଗ ବ୍ୟବସ୍ଥା କରାଯାଇଛି ।
Comments are closed.